କନକ ବ୍ୟୁରୋ : କରୋନା କାଳରେ ପୁଣି ସାମ୍ନାକୁ ଆସିଛି ଅଭାବନୀୟ ଦୃଶ୍ୟ । ମାର ଶବକୁ କାନ୍ଧରେ କାନେ୍ଧଇ ଶବ ଗୃହକୁ ନେଲା ପୁଅ । ମିଳିଲାନି ଷ୍ଟ୍ରେଚର କିମ୍ବା ମହାପ୍ରୟାଣ ଗାଡି । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଡେରାବିଶ ବ୍ଲକର ଲଖମୀନାରାୟଣପୁର ଗାଁର ୮୨ ବର୍ଷୀୟ ବୃଦ୍ଧା ଦୁଃଖୀ ପଣ୍ଡାଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ରାତି ହୋଇ ଯାଇଥିବାରୁ ବ୍ୟବଛେଦ ପରେ ଶବ ନେବାକୁ କହିଥିଲେ ଡାକ୍ତରଖାନା କର୍ତୃପକ୍ଷ । ତେବେ ଚିକିତ୍ସାଳୟର ଶବ ବ୍ୟବଛେଦ ଘର ପ୍ରାୟ ୧ କିମି ଦୂରରେ । ନା ଥିଲା ଷ୍ଟ୍ରେଟର, ନି ମହାପ୍ରୟାଣ ଗାଡି । ଏପରି ଅବସ୍ଥାରେ ମାଆର ଶବକୁ କାନ୍ଧରେ ଧରି ଶବ ବ୍ୟବଛେଦ ଘରକୁ ନେଇଥିଲା ପୁଅ । ସାରା ରାତି ସେମିତି ଶବ ବ୍ୟବଛେଦ ଘରେ ଶବକୁ ଜଗି ରହିଥିଲା ପୁଅ । ସକାଳେ ହୋଇଥିଲା ବ୍ୟବଛେଦ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/14-1.jpg)