ବିବାହରେ କ୍ୟାମେରା ଫୋନ୍ କୁ ବ୍ୟାନ୍ କଲେ ଅମ୍ବାନୀ କନ୍ୟା ! ବନ୍ଧୁ ପ୍ରିୟଙ୍କାଙ୍କୁ କଲେ ଅନୁକରଣ । 

407

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ଡିସେମ୍ବର ୧୨ ତାରିଖରେ ବିବାହ ସ୍ଥିର ହୋଇଛି। ଇଶା ଅମ୍ବାନୀ ଆନନ୍ଦ ପୀରାମଲଙ୍କୁ ବିବାହ କରିବେ। ଆନନ୍ଦ ଓ ଇଶା ବିବାହ ପାଇଁ ଉଦୟପୁରରେ ପହଞ୍ଚି ଯାଇଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଶନିବାର ଅର୍ଥାତ୍ ଡିସେମ୍ବର ଆଠ ତାରିଖରେ କିଛି ସମାରୋହ ଓବରାଏ ଉଦାଇବିଲାଶରେ ହେବ। ବାକି କିଛି କାର‌୍ୟ୍ୟକ୍ରମ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୯ରେ ସିଟି ପ୍ୟାଲେସ୍ରେ ଆୟୋଜିତ ହେବ। ଅମ୍ବାନି ନିଜ ଝିଅ ବିବାହକୁ ଆକର୍ଷଣୀୟ କରିବା ସହିତ ସ୍ମୃତିରେ ଚିରକାଳ ପାଇଁ ସାଇତି ରଖିବା ପାଇଁ ଯଥା ସମ୍ଭବ ଆୟୋଜନ କରିଛନ୍ତି। ଅମ୍ବାନୀ ଝିଅ ଈଶାଙ୍କ ବିବାହ ପାଇଁ ୩ ଲକ୍ଷ ବିବାହ ନିମନ୍ତ୍ରଣ କାର୍ଡ ଡିଜାଇନ୍ କରିଥିବା ବେଳେ ବେଳେ ଅନ୍ନା ସେନା କାର‌୍ୟ୍ୟକ୍ରମକୁ ୫,୧୦୦ ଲୋକଙ୍କୁ ଡାକିଛନ୍ତି।

ତେବେ ଏହି କ୍ରମରେ ଆଉ ଏକ କଥା ସାମ୍ନାକୁ ଆସିଛି କି ଇଶା ନିଜର ପ୍ରିୟ ସାଥୀ ପ୍ର୍ରିୟଙ୍କାଙ୍କୁ ଅନୁକରଣ କରିଛନ୍ତି। କାରଣ ସେ ନିଜ ବୈବାହିକ ସ୍ଥଳକୁ କ୍ୟାମେରା ମୋବାଇଲ ଫୋନ୍ କିମ୍ବା କେହି ବି ହେଲେ କୌଶସି ଫଟୋ ଉତ୍ତୋଳନ ଯେପରି ନକରି ପାରନ୍ତି ସେ ନେଇ ପ୍ରତିବନ୍ଧକ ଲାଗାଇଛନ୍ତି। ଆନନ୍ଦ ଓ ଇଶା ଦୁହେଁ ନିଜର ଗୋପନୀୟତା ଓ ପବିତ୍ରତାକୁ ସମ୍ମାନ ହେବାକୁ ଅତିଥିଙ୍କୁ ଅନୁରୋଧ କରିଛନ୍ତି।

କୁହାଯାଉଛି କି, ବିବାହ ଉତ୍ସବର ଫଟୋ ଅମ୍ବାନୀ ପରିବାର ଦ୍ୱାରା ପୋଷ୍ଟ କରାଯିବ। ଇଶା ଆମ୍ବାନିଙ୍କ ବିବାହର ଟିକିନିକି ଦୃଶ୍ୟକୁ କ୍ୟାମେରାରେ କୈଦ୍ କରିବେ ଜୋସେଫ୍ ରାଧିକା। ଯିଏକି ଯୋଦ୍ଧପୁରରେ ଉମେଦ ଭବନ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରାଙ୍କ ବିବାହର ଫଟୋଗ୍ରାଫି କରିଥିଲେ।