ଜଷ୍ଟିସ ଲୋୟା ମୃତ୍ୟୁ ମାମଲାର ହେବ ନାହିଁ ଏସଆଇଟି ତଦନ୍ତ! ସର୍ବୋଚ୍ଚ ନ୍ୟାୟଳୟ କହିଲେ, ନ୍ୟାୟପାଳିକାକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି

Advertisment
ଜଷ୍ଟିସ ଲୋୟା ମୃତ୍ୟୁ ମାମଲାର ହେବ ନାହିଁ ଏସଆଇଟି ତଦନ୍ତ! ସର୍ବୋଚ୍ଚ ନ୍ୟାୟଳୟ କହିଲେ, ନ୍ୟାୟପାଳିକାକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି

ଆସିଲା ଜଷ୍ଟିସ୍ ଲୋୟା ମାମଲାର ଚୂଡ଼ାନ୍ତ ରାୟ । ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ଏସଆଇଟି ତଦନ୍ତ ହେବନାହିଁ ବୋଲି କହିଲେ ସର୍ବୋଚ୍ଚ ଅଦାଲତ୍ । ଏସଆଇଟି ତଦନ୍ତ ନେଇ କରାଯାଇଥିବା ଆବେଦନକୁ ଆଜି ଖାରଜ କରିବା ସହ ସୁପ୍ରିମକୋର୍ଟ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।

publive-imageଜଷ୍ଟିସ୍ ଲୋୟା ମାମଲାରେ ମିଳିଥିବା ତଥ୍ୟ ଓ ପାରିପାଶ୍ୱିର୍କ ସ୍ଥିତିର ହେବନାହିଁ ସ୍ୱତନ୍ତ୍ର ତଦନ୍ତ । ନ୍ୟାୟାଧୀଶଙ୍କ ମୃତ୍ୟୁର ଏସଆଇଟି ତଦନ୍ତର ଆବେଦନର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ୍ । ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଜନସ୍ୱାର୍ଥ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏହି ଘଟଣାରେ ନ୍ୟାୟ ପାଳିକାକୁ ବଦନାମ କରିବାକୁ ପ୍ରୟାସ କରାଯାଇଛି ବୋଲି କହିବା ସହ ଆବେଦନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ୍ ।

publive-image୧ ଡିସେମ୍ବର ୨୦୧୪ । ବିଳମ୍ବିତ ରାତ୍ରିରେ ହୁଏ ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁ । ନିଜ ସହକର୍ମୀଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ନାଗପୁର ଯାଇଥିବା ବେଳେ ହୃଦଘାତରେ ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ହୋଇଥିଲା । ସେତେବେଳେ ସୋହରାବୁଦ୍ଦିନ ଏନକାଉଁଟର୍ ମାମଲାର ବିଚାର କରୁଥିଲେ ଜଷ୍ଟିସ୍ ଲୋୟା ଏବଂ ଏହି ମାମଲାରେ ଅଭିଯୁକ୍ତ ଥିଲେ ବର୍ତମାନର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଉ ବାହାଘରରେ ଯୋଗ ଦେବାକୁ ଯାଇଥିବା ବେଳେ ଜଷ୍ଟିସ୍ ଲୋୟାଙ୍କ ହଠାତ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା ।

ତେବେ ସୁପ୍ରିମକୋର୍ଟ କହିଛନ୍ତି ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ମୃତ୍ୟୁୂ ଥିଲା ଏବଂ ଏହା ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ଜଷ୍ଟିସ୍ ଲୋୟାଙ୍କ ସହ ଯାଇଥିବା ଅନ୍ୟ ୪ ଜଣ ବିଚାରପତିଙ୍କୁ ଅବିଶ୍ୱାସ କରିବାର କୌଣସି ଯର୍ଥାଥତା ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ଜଷ୍ଟିସ ଲୋୟା ମୃତ୍ୟୁକୁ ନେଇ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe