କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଦୂର ହେଲା ଦ୍ୱନ୍ଦ ! କେନ୍ଦ୍ରୀୟ ଫରେନସିକ ଲାବରୁ ଆସିଲା ରିପୋର୍ଟ, ପୀଡିତାଙ୍କ ଅନ୍ତବସ୍ତ୍ରରେ ନଥିଲା କୌଣସି ପୁରୁଷଙ୍କ ସିମେନ

35

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ କ୍ଲିନଚିଟ୍ ଦେଇଛି କଲିକତା କେନ୍ଦ୍ରୀୟ ପରୀକ୍ଷାଗାର । ପୀଡିତାଙ୍କ ଅନ୍ତବସ୍ତ୍ରରେ ନଥିଲା କୌଣସି ପୁରୁଷଙ୍କ ସିମେନ ବା ବୀର୍ଜ୍ୟ । କୋଲକାତାସ୍ଥିତ ଫରେନସିକ ଲାବରୁ ଏହି ରିପୋର୍ଟ ଆସିବା ପରେ ସବୁ ସନ୍ଦେହ ଉପରୁ ପରଦା ହଟିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କ୍ରାଇମବ୍ରାଞ୍ଚ ପକ୍ଷରୁ କୋଲକାତା ଫରେନସିକ ଲାବୋରେଟୋରୀ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ସଂପର୍କରେ ଉଲ୍ଲେଖ କରାଯାଇଛି ।

ତେବେ ରାଜ୍ୟ ଫରେନସିକ ଲାବର ପ୍ରାଥମିକ ଇଣ୍ଟର ଡିଭିଜନାଲ ରିପୋର୍ଟ ଓ ଚୂଡାନ୍ତ ରିପୋର୍ଟରେ ଦୁଇଟି ତଥ୍ୟ ଦିଆଯାଇଥିବା ନେଇ କେତେକ ଗଣମାଧ୍ୟମରେ ତମ୍ବିତୋଫାନ ପରେ ଏହାକୁ ପୁନଃ ଯାଂଚ ପାଇଁ କୋଲକାତାସ୍ଥିତ ଫରେନସିକ ଲାବକୁ ପଠାଯାଇଥିଲା । ରାଜ୍ୟ ଫରେନସିକ ଲାବ କୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ପୀଡିତାଙ୍କ ଅନ୍ତବସ୍ତ୍ରରେ ଦ୍ୱିତୀୟ ବ୍ୟକ୍ତିଙ୍କ ସିମେନ ବା ବୀର୍ଜ୍ୟ ନଥିବା ରିପୋର୍ଟ ଦାଖଲ କରିଥିବାବେଳେ କେତେକ ଗଣମାଧ୍ୟମରେ ପ୍ରଚାରିତ ଅନ୍ୟ ଏକ ପ୍ରାଥମିକ ରିପୋର୍ଟରେ ଦୁଇଜଣ ବ୍ୟକ୍ତିଙ୍କ ସିମେନ ବା ବୀର୍ଜ୍ୟ ମିଳିଥିବା କୁହାଯାଇଥିଲା । ଯାହାକୁ ନେଇ ସନ୍ଦେହ ଘେରକୁ ଆସିଯାଇଥିଲା ରାଜ୍ୟ ଫରେନସିକ ଲାବୋରେଟୋରୀ ।