ସମ୍ବଲପୁରରେ ସପ୍ତାହାନ୍ତ ସଟଡାଉନରେ ପରିବର୍ତ୍ତନ: ନୂଆଖାଇ ପାଇଁ ୨୨ ଓ ୨୩ ସଟଡାଉନ୍ ବାତିଲ; ଅନ୍ୟପଟେ ଅଗଷ୍ଟ ୧୫ ବଦଳରେ ୧୬ ଓ ୧୭ ତାରିଖରେ ବନ୍ଦ ହେବ ସାରା ଜିଲ୍ଲା

2,083

କନକ ବ୍ୟୁରୋ: ଆସନ୍ତା ସପ୍ତାହରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହି ସମୟରେ ଏହାକୁ ଥିବା ସପ୍ତାହାନ୍ତ ସଟଡାଉନକୁ ବାତିଲ କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୨୨ ଓ ୨୩ ତାରିଖରେ ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରାଯାଇଥିଲା । କିନ୍ତୁ ସ୍ଥାନୀୟ ଅଂଚଳର ଗଣପର୍ବ ନୂଆଖାଇ ଥିବାରୁ ଏହାକୁ ବାତିଲ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଏନେଇ ଆଜି ବିଜ୍ଞପ୍ତି ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ଏହା ସହ ଆସନ୍ତା ୧୫ ତାରିଖରେ ଥିବା ସଟଡାଉନକୁ ମଧ୍ୟ ବାତିଲ କରାଯାଇଛି । କିନ୍ତୁ ୧୬ ଓ ୧୭ ତାରିଖରେ ସଟଡାଉନ୍ କରିବାକୁ ପ୍ରଶାସନ ନିଷ୍ପତି ନେଇଛି । ତେବେ ନୂଆଖାଇ ରବିବାର ପଡିଥିବାରୁ ପଶ୍ଚିମ ଓଡିଶାର ବହୁ ସଂଗଠନ ଓ ନେତା ସଟଡାଉନ୍ ହଟାଇବାକୁ ଦାବି କରିଥିଲେ ।

Comments are closed.