କନକ ବ୍ୟୁରୋ: ଆସନ୍ତା ସପ୍ତାହରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହି ସମୟରେ ଏହାକୁ ଥିବା ସପ୍ତାହାନ୍ତ ସଟଡାଉନକୁ ବାତିଲ କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୨୨ ଓ ୨୩ ତାରିଖରେ ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରାଯାଇଥିଲା । କିନ୍ତୁ ସ୍ଥାନୀୟ ଅଂଚଳର ଗଣପର୍ବ ନୂଆଖାଇ ଥିବାରୁ ଏହାକୁ ବାତିଲ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଏନେଇ ଆଜି ବିଜ୍ଞପ୍ତି ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ଏହା ସହ ଆସନ୍ତା ୧୫ ତାରିଖରେ ଥିବା ସଟଡାଉନକୁ ମଧ୍ୟ ବାତିଲ କରାଯାଇଛି । କିନ୍ତୁ ୧୬ ଓ ୧୭ ତାରିଖରେ ସଟଡାଉନ୍ କରିବାକୁ ପ୍ରଶାସନ ନିଷ୍ପତି ନେଇଛି । ତେବେ ନୂଆଖାଇ ରବିବାର ପଡିଥିବାରୁ ପଶ୍ଚିମ ଓଡିଶାର ବହୁ ସଂଗଠନ ଓ ନେତା ସଟଡାଉନ୍ ହଟାଇବାକୁ ଦାବି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/3-14.jpg)