ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର: ଜୁନ୍ ୧୭ରେ ରାଜ୍ୟରେ ଖୋଲିବନି ସ୍କୁଲ; ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା ସ୍ଥିତିର ଅନୁଧ୍ୟାନ ପରେ ଜୁଲାଇ ମାସରେ ନିଆଯିବ ନିଷ୍ପତି

ସେପଟେ, ଆସନ୍ତାକାଲି କାଲିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାର ଇ-ମୂଲ୍ୟାୟନ

1,774

କନକ ବ୍ୟୁରୋ: ଜୁନ୍ ୧୭ରେ ଖୋଲିବ ନାହିଁ ସ୍କୁଲ । ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତାଲାବନ୍ଦ କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ସରକାର । ତେବେ ଆସନ୍ତାକାଲିଠାରୁ ତାଲାବନ୍ଦ କଟକଣା କୋହଳ ହେଉଥିବାବେଳେ ଅନଲକ୍ ପ୍ରଥମ ପର୍ଯ୍ୟାୟ ଲାଗୁ ହେବାକୁ ଯାଉଛି । ଆଉ କେନ୍ଦ୍ରୀୟ ମାର୍ଗଦର୍ଶିକ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି ରାଜ୍ୟ ସରକାର ନେଇପାରିବେ । ଆଉ ଏସବୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍ଥିତିର ଅନୁଧ୍ୟାନ ପରେ ନିଷ୍ପତି ନିଆଯିବ ।

ଆସନ୍ତାକାଲି କାଲିଠାରୁ ଆରମ୍ଭ ହେଉଥିବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ସଂପର୍କରେ ମଧ୍ୟ ବିସ୍ତୁତ ସୂଚନା ଦେଇଛନ୍ତି ସମୀର ଦାଶ ।୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା । ଏହା ମୁଲ୍ୟାୟନ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା୩୦ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ପରବର୍ତି ପର୍ଯ୍ୟାୟରେ ଅର୍ଥାତ୍ ୮ ତାରିଖରୁ ଅଫଲାଇନରେ ଖାତା ମୁଲ୍ୟାୟନ ହେବ । ୨୩ଟି କେନ୍ଦ୍ରରେ ପରୀକ୍ଷା ଖାତା ମୁଲ୍ୟାନ ହେବ । ଏସଂପର୍କରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।