ଦୁର୍ଗାପୂଜା ମେଢର ଉଚ୍ଚତା ଉପରେ କଟକଣା ନାହିଁ । କୋଭିଡ୍ ନିୟମ ଭିତରେ କରିପାରିବେ ପୂଜା । ଭସାଣୀ ପାଇଁ ସରକାରଙ୍କ ନିଷ୍ପତ୍ତି ସର୍ବମାନ୍ୟ ।

152

କନକ ବ୍ୟୁରୋ : ଦୁର୍ଗାପୁଜା ବେଳେ ମେଢର ଉଚ୍ଚତତାକୁ ନେଇ କୋର୍ଟରେ ଚାଲିଥିବା ମାମଲା ଉପରେ ଶୁଣାଣି କରିଛନ୍ତି ନ୍ୟାୟାଳୟ । ମୂର୍ତ୍ତି ଉଚ୍ଚତାକୁ ନେଇ କୌଣସି କଟକଣା ନଥିବା କଥା ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ଏହା ସହ ସମ୍ପୁର୍ଣ୍ଣ କୋଭିଡ କଟକଣା ଭିତରେ ପୂଜା କରିବାକୁ କୋର୍ଟ କହିଥିବା ବେଳେ ଭସାଣୀ କେମିତି କରାଯିବ ତାହା ରାଜ୍ୟସରକାର ନିସ୍ପତ୍ତି ଉପରେ ନିର୍ଭର କରେ ବୋଲି କୋର୍ଟ କହିଛନ୍ତି ।

କହିରଖୁ କି କୋଭିଡ ମହାମାରୀ ବେଳେ ଦୁର୍ଗାପୂଜାକୁ ନେଇ କିଛିଦିନ ହେବ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ଚାଲିଥିଲା ବିବାଦ । ଅନ୍ୟପଟେ ପୂଜା କୁ ନେଇ କିଛି ଗାଇଡ ଲାଇନ ଜାରୀ କରିଥିଲା ପ୍ରଶାସନ । ଯେଭଳି କି ମେଢର ଉଚ୍ଚତା ୪ ଫୁଟ୍ ମଧ୍ୟରେ ରହିବ । ମେଢ ପାଖରେ କେବଳ ପୂଜାରୀଙ୍କ ସହ ୪ ଜଣ ରହିବେ । ଏହାସହ ମେଢ ନିକଟରୁ ଭକ୍ତଙ୍କ ଦୁରତା କେତେ ରହିବ ତାହା ପ୍ରଶାସନ ନିସ୍ପତ୍ତି କରିବ ବୋଲି କୁହାଯାଇଥିଲା । ଏନେଇ ବିଭିନ୍ନ ପୂଜା କମିଟି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ଆଜି କହିଛନ୍ତି କି ପୂଜା ବେଳେ ମେଢର ଉଚ୍ଚତା ଉପରେ କୌଣସି କଟକଣା ନାହିଁ । ହେଲେ ପୂଜା କମିଟି ମାନେ କୋଭିଡ କଟକଣାକୁ ପାଳନ କରି ପୂଜା କରିପାରିବେ । ଏହା ସହ ପୂଜା ଠାରୁ ଭସାଣୀରେ ଅଧିକ ଲୋକ ସମାଗମ ହେଉଥିବାରୁ ଭସାଣୀ ପାଇଁ କିଭଳି ପ୍ରସ୍ତୁତ ରହିବ ତାହା ରାଜ୍ୟ ସରକାର ସ୍ଥିର କରିବେ ଓ ତହା ଉପରେ ପୂଜା କମିଟି ମାନେ କୌଣସି ଅପିଲ୍ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ପୂଜାକୁ ଆଉ ମାତ୍ର ଗୋଟିଏ ସପ୍ତାହରୁ କମ୍ ରହିଥିବା ବେଳେ ପ୍ରାୟ ପୂଜା କମିଟି ମାନେ ମୂତ୍ତି ନିର୍ମାଣ କରିସାରିଥିବାରୁ ମେଢର ଉଚ୍ଚତା ବଢାଇବା ବା କମାଇବା ଏବେ ସମ୍ଭବପର ନୁହେଁ ।