ତାଲାବନ୍ଦ କଟକଣା ଭିତରେ ଆଶ୍ୱସ୍ତିକର ଖବର । କଟିବନି କୌଣସି ବି କର୍ମଚାରୀଙ୍କ ଦରମା କି ପେନସନ

Advertisment
ଆଜି ୨ଦିନିଆ ଓଡ଼ିଶା ଗସ୍ତରେ ନିର୍ମଳା ସୀତାରମଣ : ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

କନକ ବ୍ୟୁରୋ: ଲମ୍ବା ଲକଡାଉନ୍ ଯୋଗୁଁ ଦେଶର ଅର୍ଥନୈତିକ କ୍ଷତିଭରଣା ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ ହେବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ । ଏମିତି କି ଦରମା କାଟ କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି।

ଏପ୍ରିଲ୍ ମାସରେ ଏମିତି ଏକ ଟ୍ୱିଟରେ ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ, କେନ୍ଦ୍ର ସରକାର ପେନସନଭୋଗୀମାନଙ୍କର ପ୍ରାପ୍ୟରୁ ୨୦% କଟାଯିବା ଖବର ମଧ୍ୟ ‘‘ମିଛ ଓ ଭିତ୍ତିହୀନ’’। ତେଣୁ ଦରମା ବା ପେନସନ୍ କାଟ ହେଉନଥିବା ସ୍ପଷ୍ଟ ହେଉଛି। ତେବେ କରୋନା ଭୂତାଣୁ ବିରୋଧୀ ଲଢେଇରେ ଖର୍ଚ ତୁଲାଇବାକୁ ଗତ ମାସରେ କେନ୍ଦ୍ରସରକାର ନିଜର ୫୦ ଲକ୍ଷ ଚାକିରିଆ ଓ ୬୧ ଲକ୍ଷ ପେନ୍ସନଭୋଗୀଙ୍କ ମହଙ୍ଗାଭତ୍ତାକୁ ବନ୍ଦ କରିଦେଇଛନ୍ତି। କାରଣ ମନ୍ତ୍ରାଳୟର ଖର୍ଚ ବିଭାଗ ଏକ ସ୍ମାରକରେ ୧ ଜାନୁଆରି ୨୦୨୦ରୁ ୩୦ ଜୁନ୍ ୨୦୨୧ ପର୍ୟ୍ୟନ୍ତ ମହଙ୍ଗାଭତ୍ତା ବନ୍ଦ କରାଗଲା ବୋଲି ଜଣାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe