କନକ ବ୍ୟୁରୋ : ରାସ୍ତା ନାହିଁ ତ ଭୋଟ୍ ନାହିଁ ନାରା ଦେଇ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାମ୍ ପଂଚାୟତ ଅନ୍ତର୍ଗତ ପାକଟମୁଣ୍ଡା ଗାଁରେ । ଗାଁରେ ଥିବା ୩୩୬ ଭୋଟରଙ୍କ ମଧ୍ୟରୁ ଜଣେ ହେଲେ କେହି ଭୋଟ ଦେଇନାହାନ୍ତି । ଗ୍ରାମର ୬ନଂ ୱାର୍ଡରେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ପରିବାର ପାହାଡ ପର୍ବତ ଘେରା ଅପହଂଚ ଇଲାକାରେ ବାସ କରୁଛନ୍ତି ।

Advertisment

ସ୍ୱାଧୀନତାର ୭୪ ବର୍ଷ ପରେ ବି ସେମାନେ ଆଜି ମୌଳିକ ସମସ୍ୟାରେ ରହିଛନ୍ତି । ଗାଁକୁ ନା ଅଛି ରାସ୍ତା ନା ଅଛି ସ୍ୱାସ୍ଥ୍ୟ ସୁବିଧା । ଦୀର୍ଘଦିନ ଧରି ସରପଂଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ବର୍ଷାଦିନେ ଦୁଇଟି ବଡ ନାଳ ଓ କଚାରାସ୍ତା ଯୋଗୁଁ ଲୋକମାନେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ରୁହନ୍ତି । ଏହାକୁ ନେଇ ଗ୍ରାମବାସିମାନେ ଏକତ୍ରିତ ହୋଇ ଭୋଟ ବର୍ଜନ କରିଛନ୍ତି ।