କନକ ବ୍ୟୁରୋ : ଗାଁକୁ ରାସ୍ତା ନାହିଁ ବୋଲି ଯାଇପାରିଲାନି ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ଖଟିଆରେ ବୋହିବାକୁ ପଡ଼ିଲା । ଏପରି ଏକ ସ୍ପର୍ଶକାତର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବହଲପଦର ପଞ୍ଚାୟତର ଫବସିପାଲି ଗାଁରେ । ପ୍ରସବ ପାଇଁ ଗାଁର ଫିରୋଜ ମିର୍ଜାଙ୍କ ପତ୍ନୀଙ୍କୁ ଡାକ୍ତରଖାନା ନେବାକୁ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା ।

Advertisment

ଖବର ପାଇ ଆମ୍ବୁଲାନ୍ସ ବି ଆସିଥିଲା । ହେଲେ ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ବାଟରେ ଅଟକି ରହିଥିଲା । ହେଲେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପାଇଁ ମହିଳାଙ୍କୁ ଏକ ଖଟିଆରେ ନିଆଯାଇଥିଲା । ଏହି ସମୟରେ ଆରମ୍ଭ ହୋଇଥିଲା ଗର୍ଭଯନ୍ତ୍ରଣା । ଆଉ ବିଲ ଡିହରେ ପ୍ରସବ କରିଥିଲେ ଗର୍ଭବତୀ । ପରେ ତାଙ୍କୁ ହସ୍ପିଟାଲ ନିଆଯାଇ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।