ରାସ୍ତା ନାହିଁ ତ ଭୋଟ୍ ନାହିଁ । କାମ ନହେଲେ ଭୋଟ୍ ନଦେବାକୁ ଜିଦରେ ଗାଁ ଲୋକ ।

51

କନକ ବ୍ୟୁରୋ: ରାସ୍ତା ନାହିଁ ତ ଭୋଟ୍ ନାହିଁ । ରାସ୍ତା କାମ ନହେଲେ ଆମେ କୌଣସି ହାଲରେ ବି ଭୋଟ୍ ଦେବୁନି । ଏହି ଜିଦରେ ବସିଛନ୍ତି ତୁରେକେଲା ବ୍ଳକର କମେଇଁମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ଓ ସରମସିଂ ଗାଁର ଲୋକମାନେ । ତା ସହିତ ପ୍ରଶାସନିକ ଅଧିକାରୀଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି ।
ବର୍ଷ ବର୍ଷ ଧରି ଗାଁରେ ରହିଛି ରାସ୍ତା ସମସ୍ୟା । ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ମେଡିକାଲ ନେବାକୁ ବହୁ ମସସ୍ୟା ଉପଜିଥାଏ ।

ଆମ୍ବୁଲାନ୍ସ ଆସିଲେ ବି ଗାଁରେ ରାସ୍ତା ସମସ୍ୟା ଯୋଗୁ ଭିତରକୁ ଆସିପାରେନି । ଅନ୍ୟ ଦିନ ତ ଦୂର କଥା ବର୍ଷା ଦିନରେ ଅବସ୍ଥା ବେହାଲ ହୋଇପଡୁଛି । ରାସ୍ତାସାରା କାଦୁଅ ପଚପଚ ସହ ପାଣି ଜମି ରହିଥାଏ । ଯାହାଫଳରେ ଯାତାୟତ କରିବା ନେଇ ଅନେକ ଅସୁବିଧା ଭୋଗୁଛନ୍ତି ଲୋକେ । ଭଲ ରାସ୍ତାଟିଏ ପାଇଁ ବହୁବାର ଅନୁରୋଧ କରି ନିରାଶ ହେବା ପରେ ଏବେ ଭୋଟ୍ ବର୍ଜନ କରିବାକୁ ଜିଦରେ ବସିଛନ୍ତି ।

ଗାଁକୁ ପକ୍କା ରାସ୍ତାଟିଏ ପାଇଁ ବହୁବାର ଅନୁରୋଧ କରି ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି । ହେଲେ ଏଯାଏଁ ରାସ୍ତାଟିଏ ହୋଇପାରୁନି । ସେପଟେ ଗାଁର ଲୋକମାନଙ୍କ ସହ ଆଲୋଚନା କରାଯାଇଛି । ଖୁôବଶୀଘ୍ର ଗାଁକୁ ପକ୍କା ରାସ୍ତା କରାଯିବାର ମିଳିଛି ପ୍ରତିଶ୍ରୁତି ।