ମେ ୩ ଯାଏଁ ରଥ ନିର୍ମାଣ ବନ୍ଦ । ଏଥର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବନି ମହାପ୍ରଭୁଙ୍କ ରଥ ନିର୍ମାଣ କାମ । ଲକଡାଉନ ପାଇଁ ମେ ୩ ଯାଏଁ ମନ୍ଦିର ବାହାରେ ହେବନି କୌଣସି କାମ । ସ୍ପଷ୍ଟ କଲେ ଗଜପତି ମହାରାଜ

774

କନକ ବ୍ୟୁରୋ: ମେ ୩ ଯାଏଁ ରଥ ନିର୍ମାଣ ବନ୍ଦ । ଆସନ୍ତା ୩ ମେ ଯାଏଁ ମନ୍ଦିର ବାହାରେ କୌଣସି କାମ ହୋଇପାରିବ ନାହିଁ । ସର୍ବସାଧାରଣ ସ୍ଥାନରେ ସରକାରଙ୍କ ଲକଡାଉନ ନିୟମ ପାଳନ ହେବ । ତେଣୁ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଲକଡାଉନ ନସରିବା ଯାଏଁ ଅର୍ଥାତ ୩ ମେ ଯାଏଁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜ ।

ତେବେ ରଥ ନିର୍ମାଣ ବନ୍ଦ ହେବା କଥା କହିବା ସହ ସେ ବକଳ୍ପ ବ୍ୟବସ୍ଥା କଥା ମଧ୍ୟ କହିଛନ୍ତି । ରଥ ନିର୍ମାଣ ନେଇ ବିକଳ୍ପ ବ୍ୟବସ୍ଥା କଥା ଶଙ୍କରାଚାର୍ଯ୍ୟ କହିବେ ବୋଲି ଗଜପତି ସ୍ପଷ୍ଟ କରିଛନ୍ତି । ରଥ ନିର୍ମାଣ କେମିତି ହେବ ଓ ତାର କଣ ବିକଳ୍ପ ଅଛି ସେନେଇ ଗଜତଗୁରୁ ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରିବେ ବୋଲି ଗଜପତି କହିଛନ୍ତି ।

ସେପଟେ ଅକ୍ଷୟ ତୃତୀୟା ଠାରୁ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୁଏ । ଆଉ ଦୁଇ ଦିନ ପରେ ଅକ୍ଷୟ ତୃତୀୟ ଥିବାରୁ ରଥ ନିର୍ମାଣ କାମ ଆରମ୍ଭ ହୋଇଥାନ୍ତା । ମାତ୍ର ଲକଡାଉନ ପାଇଁ ଆଉ ସଂକ୍ରମଣ ବିରୋଧରେ ଲଢେଇ କରିବା ପାଇଁ ରଥ ନିର୍ମାଣକୁ ୩ ମେ ଯାଏଁ ବନ୍ଦ କରାଯାଇଥିବା କହିଛନ୍ତି ଗଜପତି ।

ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜଙ୍କ ବାର୍ତ୍ତା ଦେଇଛନ୍ତି ଯେ ଲୋକଙ୍କ ଜୀବନ, ଲୋକଙ୍କ ସ୍ୱାସ୍ଥ୍ୟ ଓ ଦେବନୀତି ଦୁଇଟି ଉପରେ ଗୁରୁତ୍ୱ ଦିଆଯିବ । ମେ ୩ ଯାଏଁ ମନ୍ଦିର ବାହାରେ କୌଣସି କାମ ହୋଇପାରବନି । ଲକଡାଉନ ସରିବା ପରେ ଯେଉଁ ନୂଆ ଗାଇଡଲାଇନ ଆସିବ ତାହା ପରେ ରଥଯାତ୍ରା ନେଇ ନିଷ୍ପତ୍ତି ନିଆଯିବ । ମେ ୩ ପରେ ମହାପ୍ରଭୁଙ୍କ ଦେବନୀତି ନେଇ ବ୍ୟବସ୍ଥା କରିବାକୁ ସରକାରଙ୍କୁ ପରିଚାଳନା କମିଟି ନିବେଦନ କରିଛି । ଲୋକଙ୍କ ଜୀବନ ସହ ଠାକୁରଙ୍କ ନୀତି କେମିତି ପାଳନ କରିହେବ ସେନେଇ ବ୍ୟବସ୍ଥା କରିବାକୁ ନିବେଦନ କରିଛୁ ବୋଲି ଗଜପତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ରଥଯାତ୍ରା ହେବ କି ନାହିଁ ମେ’୩ ପରେ ନିଆଯିବ ନିଷ୍ପତ୍ତି

#ରଥଯାତ୍ରା_ନିଷ୍ପତ୍ତି #ମେ_୩_ପରେରଥଯାତ୍ରା ହେବ କି ନାହିଁ ମେ’୩ ପରେ ନିଆଯିବ ନିଷ୍ପତ୍ତି । ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇନପାରେ ରଥକାମ, ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି #CoronaVirus #COVID19 #Odisha #RathaJatra #Puri

Posted by Kanak News on Friday, April 24, 2020