ଜମି ମାଲିକାନା ଥାଇ ବି ମିଳୁନି ଅଧିକାର: ଅକ୍ରୋଶର ଶିକାର ହେଉଛନ୍ତି ଅସ୍ତରଙ୍ଗ ବରାଙ୍ଗ ଗାଁର ୨୩ ପରିବାର

48

କନକ ବ୍ୟୁରୋ: ଗରିବ ଦଳିତ ପରିବାରଙ୍କ ଜମି ହଡପ କରାଯାଇଥିବା ଅଭିଯୋଗ । ଜମି ପଟ୍ଟପଟ୍ଟା ପାଇବା ପରେ ବି ଜମି ପାଖକୁ ଯାଇପାରୁନାହାନ୍ତି ୨୩ ଦଳିତ ପରିବାର । ସମସ୍ୟା ନେଇ ବହୁବାର ଅଭିଯୋଗ କରାଯାଇଛି । ହେଲେ ପ୍ରଶାସନ ପକ୍ଷରୁ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଥିବା ବେଳେ ଚଳିତଥର ଭୋଟ୍ ବର୍ଜନ କରିବାର ଚେତାବନୀ ଦେଇଛନ୍ତି ଗାଁର ଲୋକ । ଏକାଠି ହୋଇ ଗାଁରଲୋକମାନେ ପ୍ରତିବାଦ କରିଚନ୍ତି । ସରକାରଙ୍କ ପକ୍ଷରୁ ସମସ୍ତ ନିୟମ ଅନୁସାରେ ଅସ୍ତରଙ୍ଗ ତହସିଲ ବରାଙ୍ଗ ଗାଁର ୨୩ଟି ଦଳିତ ପରିବାରକୁ ଜମି ଦିଆଯାଇଥିଲା । ୨୩ ଏକର ପରିମିତ ଜାଗାରେ ଏହି ଜମି ପଟ୍ଟା ୨୦୦୯ ମସିହାରୁ ଯୋଗାଇଦିଆଯାଇଛି । ହେଲେ ପଟ୍ଟା ପାଇବା ପରେ ବି ଗାଁର ଲୋକଙ୍କୁ ବିରୋଧ କରାଯାଉଛି । ଏପରକି ବିଭିନ୍ନ ସମୟରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ହୋଇଛି ଅଭିଯୋଗ । ଜମିରେ ମୁଗ ବିରି ଆଦି ଫସଲ ହେଉଛି । ହେଲେ ବିରୋଧ କରୁଥିବା କିଛି ଲୋକେ ତାଙ୍କ ଜମିରୁ ଫସଲ କାଟି ନେଇଯାଉଛନ୍ତି । ଅନେକ ସମୟରେ ସେମାନଙ୍କୁ ଧମକ ଚମକ ମଧ୍ୟ ଦିଆଯାଉଛି । ଯାହାଫଲରେ ଏହି ଗରିବ ଦଳିତ ପରିବାର ଭୟରେ ଜମି ପଡିଆ ପକେଇ ରଖୁଛନ୍ତି ।

୨୩ଟି ଭୂମିହୀନ ଦଳିତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଜମି ଦିଆଯାଇଥିଲେ ବି ସେମାନେ ସମ୍ପୁର୍ଣର୍ ଭାବେ ମାଲିକାନା ଜାହିର କରିପାରୁନାହାନ୍ତି । ଏପରିକି ଫସଲ କରି ମଧ୍ୟ ଜମିରୁ ଫସଲ ହରାଇବାକୁ ପଡୁଛି । ଏପରିକି ଲୋକେ ଭୟରେ ଚାଷ କରୁନଥିବାରୁ ଜମି ପଡିଆ ପଡିଥିବା ଦେଖିବାକୁ ମିଳିଛି । ସେପଟେ ସମସ୍ୟା ସମ୍ପର୍କରେ ଜଣପାଡିବା ପରେ । ଘଟଣାର ତଦନ୍ତ କରାଯାଇ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବାର ମିଳିଛି ପ୍ରତିଶ୍ରୁତି । ଜମି ଥାଇ ବି ଭୁମିହୀନ ଦଳିତ ପରିବାରକୁ ଜବରଦଖଲକାରୀଙ୍କ କବଳରୁ ରକ୍ଷା କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡିଛି ।