କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଟେଷ୍ଟ ଅଧିନାୟକ ବିରାଟ କୋହଲି ଏବଂ ଏକ ଦିବସୀୟ ଓ ଟି୨୦ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ଥିବା ଖବରକୁ ଅସ୍ବୀକାର କରିଛନ୍ତି । ବିରାଟଙ୍କୁ ଏକଦିବସୀୟ ଅଧିନାୟକ ଭାବରେ ହଟାଇବା ଏବଂ ରୋହିତଙ୍କୁ ନିଯୁକ୍ତ କରିବା ଚୟନକର୍ତ୍ତାଙ୍କ ନିଷ୍ପତ୍ତି ପରେ ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ଦୁଇଜଣଙ୍କ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ଉଭୟଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରାଯିବ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଚେତନ କହିଛନ୍ତି, କଣ ପାଇଁ ବୈଠକ କରାଯିବ ? ସବୁକିଛି ଠିକ୍ ଅଛି । ସେଥିପାଇଁ ମୁଁ କହୁଥିଲି କଳ୍ପନା ଜଳ୍ପନାକୁ ଯାଅ ନାହିଁ। ଆମେ ସମସ୍ତେ ପ୍ରଥମେ କ୍ରିକେଟର ଏବଂ ପରେ ଚୟନକର୍ତ୍ତା । ସେମାନଙ୍କ ମଧ୍ୟରେ କିଛି ବିଭେଦ ନାହିଁ । ତେବେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ କୋହଲି ମଧ୍ୟ କହିଥିଲେ ଯେ ରୋହିତଙ୍କ ସହିତ ତାଙ୍କର କୌଣସି ମତଭେଦ ନାହିଁ । ଗତ ୨ ବର୍ଷ ହେଲା ଏ ସଂପର୍କରେ ବାରମ୍ବାର କହି ସେ ଥକି ଗଲେଣି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ କାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଏକଦିବସୀୟ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ତେବେ ଏଥିରେ ଭାରତୀୟ ଏକଦିବସୀୟ ଓ ଟି୨୦ ଦଳର ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି ।