ବୟସ ଏକାନବେ ଛୁଇଁଲାଣି, ତଥାପି ଚାକିରି ଛାଡିବାକୁ ଇଚ୍ଛା ନାହିଁ ।

Advertisment
ବୟସ ଏକାନବେ ଛୁଇଁଲାଣି, ତଥାପି ଚାକିରି ଛାଡିବାକୁ ଇଚ୍ଛା ନାହିଁ ।

କନକ ବ୍ୟୁରୋ : ସାରା ବିଶ୍ୱରେ ସକ୍ରିୟ ଥିବା ସବୁଠାରୁ ବୟସ୍କ ପୁଲିସ୍‌ ଅଫିସର‌‌ ହେଉଛନ୍ତି ଏଲ୍‌ସି ‘ବକ୍‌ସଟ୍‌’ ସ୍ମିଥ୍‌। ତାଙ୍କ ବୟସ ଏକାନବେ ବର୍ଷ। ସେ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଆରନସାର କାମଡେନ୍‌ ପୁଲିସ୍‌ ବିଭାଗରେ କାର୍ଯ୍ୟ କରୁଛନ୍ତି। ବୟସ ବଢ଼ିବା ସହ କ୍ରମଶଃ ନିଜର ଶକ୍ତି ହରାଇଚାଲିଥିବାରୁ ଆଜିକାଲି ଆଉ ତାଙ୍କୁ ଗଳି-କନ୍ଦି ଜଗିବା ଦାୟିତ୍ବ ଦିଆଯାଉନାହିଁ। ସେ ସପ୍ତାହରେ ଚାରି ଦିନ କାର୍ଯ୍ୟାଳୟରେ କାମ କରୁଛନ୍ତି। ଛୟାଳିଶ ବର୍ଷ କାମ କଲା ପରେ ସେ ଚାକିରିରୁ ଅବସର ନେଇଥିଲେ। ତେବେ, ମାସ କେଇଟା ପରେ ଘରେ ବସିବା ଆଉ ତାଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା। ତେଣୁ, ପୁଣି ଥରେ ପୁଲିସ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଅବସର ପରେ ପୁନଃ ନିଯୁକ୍ତି ପାଇଁ ତାଙ୍କ ଆବେଦନକୁ ଉଚ୍ଚ କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ ଏବ˚ ତାହା ପରଠାରୁ ସେ ଚାକିରିରେ ଅଛନ୍ତି। ସେ ସକାଳ ସାତରୁ ଦିନ ତିନିଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ବସୁଛନ୍ତି। ପୁଲିସ୍‌ ଆଇନରେ ତାଙ୍କର ଗଭୀର ଜ୍ଞାନ। ଅନ୍ୟ କେଉଁଥିରେ ରୁଚି ନାହିଁ। ସେ ପ୍ରତି ଦିନ ୟୁନିଫର୍ମ‌ ବା ସ୍ବତନ୍ତ୍ର ପୁଲିସ୍‌ ପୋଷାକରେ କାର୍ଯ୍ୟାଳୟ ଆସନ୍ତି; ଅଣ୍ଟାରେ ସବୁବେଳେ ରିଭଲଭର‌ ଝୁଲିଥାଏ। ତେବେ, ରିଭଲଭର‌ ଚଳାଇବା ଦରକାର ପଡ଼ୁନାହିଁ। ସ୍ଥାନୀୟ ମେୟର‌ଙ୍କ ଭାଷାରେ ‘ବକସଟ୍‌’ ରିଭଲଭର‌ଠାରୁ ଅଧିକ ଶକ୍ତିଶାଳୀ। ସେ ସମସ୍ତଙ୍କୁ ଏବ˚ ସମସ୍ତେ ତାଙ୍କୁ ଭଲପାଉଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe