ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ରାଉଣ୍ଡ ବୈଠକରୁ ବି ବାହାରି ପାରିଲାନି କିଛି ସମାଧାନ । ବର୍ଷକ ପାଇଁ ଆଇନକୁ ସ୍ଥଗିତ ଓ ନୂଆ କମିଟି ଗଠନ ପ୍ରସ୍ତାବକୁ ଚାଷୀ ନେତାଙ୍କ ପ୍ରତ୍ୟାଖାନ । 

49

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକ ଯାଏଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ରଖିଥିଲେ । ଏହା ସହିତ ନୂଆ କମିଟି ଗଠନ ନେଇ ମଧ୍ୟ ପ୍ରସ୍ତାବ ରଖିଥିଲେ ।

ତେବେ କୌଣସି  ସଂଶୋଧନ ନେଇ ପ୍ରସ୍ତାବକୁ ଚାଷୀ ସଂଗଠନର ନେତାମାନେ ଗ୍ରହଣ କରିନଥିଲେ । ଫଳରେ ଚାଷୀ ସଂଗଠନ ସମାଧାନ ଆଡକୁ କୌଣସି ଆଭିମୁଖ୍ୟ ଦେଖାଉନଥିବାରୁ ଆଗକୁ ୧୧ ତମ ବୈଠକ ବସିବା ନେଇ ସଂଭାବନା ଦେଖା ଦେଇଛି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ସହ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ୪୦ରୁ ଅଧିକ ଚାଷୀ ସଂଗଠନ ଆଜି ଆଲୋଚନାରେ ସାମିଲ ହୋଇଥିଲେ ।