କନକ ବ୍ୟୁରୋ : ଆଳୁ ଦରକୁ ନେଇ ଟେନସନ ଲାଗି ରହିଛି। ତିନି ଦିନ ଧରି ଆଳୁ ଦରକୁ ନେଇ ତମ୍ବିତୋଫାନ ପରେ ଦର ନିୟନ୍ତ୍ରଣକୁ ଆସିନି। ଆଜିବି ବଜାରରେ ଆଳୁ କିଲୋ ପିଛା ଦର ୪୦ରୁ ୪୫ ଟଙ୍କା ରହିଛି। ଯୋଗାଣ ମନ୍ତ୍ରୀଙ୍କ ତାଗିଦ ଓ ଯୋଗାଣ ବିଭାଗ ଓ ପ୍ରଶାସନର ଚଢ଼ାଉ ସତ୍ବେ ବି ବ୍ୟବସାୟୀ ଚଢ଼ା ଦାମରେ ଆଳୁ ବିକ୍ରି କରୁଛନ୍ତି।

Advertisment

ଆଳୁ ଦରକୁ ନେଇ ଟେନସନ ବଢ଼ି ଚାଲିଥିବାବେଳେ, ଯୋଗାଣ ମନ୍ତ୍ରୀ ବଡ ଦାବି କରିଛନ୍ତି। ପଶ୍ଚିମବଂଗରୁ ଆଳୁ ଟ୍ରକ ପହଁଚି ଯାଇଛି ଓ ଆଳୁ କିଲୋ ପିଛା ୩୦ରୁ ୩୨ଟଙ୍କାରେ ମିଳୁଛି ବୋଲି କହିଛନ୍ତି।

ମନ୍ତ୍ରୀଙ୍କ ଦାବି ଓ ବଜାରର ବାସ୍ତବ ଆଳୁ ଦର ଅଲଗା ଅଲଗା ରହୁଛି। ତେଣୁ କେବେ ଆଳୁ ଦର ସ୍ବାଭାବିକ ହେବ, ଗ୍ରାହକଙ୍କୁ ଆଶ୍ବସ୍ତି ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।