କନକ ବ୍ୟୁରୋ : ଆମ ରାଜ୍ୟରେ ବର୍ତମାନ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି । ଏହି ନୂଆ ଭୁତାଣୁ ଶିଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ଼ ଟିକା ରୋକିବ କି ନାହିଁ ତାର ଅନୁଧ୍ୟାନ ଚାଲିଛି । ଦିତୀୟ ଡ଼ୋଜ ନେବା ପରେ ସଂକ୍ରମଣ କମ୍ ହେବା ଆଶଙ୍କା ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଟିକା ଦେବେ ନାହିଁ । ଟିକା ଉତ୍ପାଦନ ସଂସ୍ଥା ଠାରୁ ଘରୋଇ ହସ୍ପିଟାଲ ଟିକା କିଣିବେ । ମୂଲ୍ୟ ନିର୍ଦ୍ଧାରଣ ଅନୁଯାୟୀ ୬୦୦ଟଙ୍କାରେ ଟିକା କିଣିବେ । ଭାରତ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଟିକା ଦିଆସରିଛି । ଟିକା ନେଲେ ମୃତ୍ୟୁ ହାର କମ ରହିବା ସହିତ ଅଧିକ ସଂକ୍ରମଣ ହେବ ନାହିଁ । ଓଡ଼ିଶାରେ ଟିକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ଜଣ ସଂକ୍ରମଣ ହେଇଛନ୍ତି । ଦ୍ୱିତୀୟ ଡୋଜ ନେଲେ ସଂକ୍ରମଣ ହେବ ନାହିଁ ।
ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଥିବାରୁ ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଟିକାକରଣ ପ୍ରକ୍ରିୟା ସୋମବାର ଠାରୁ ଶୁକ୍ରବାର ଚାଲୁ ରହିବ । ବର୍ତ୍ତମାନ ଟିକା ଅଭାବରୁ ୮୦୦ ସେଣ୍ଟର ବନ୍ଦ ଅଛି । ତେବେ ୧୮ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ମେ ୧ ତାରିଖରୁ ହେବ । ଏନେଇ ଭାରତ ସରକାର ଗାଇଡ଼ ଲାଇନ ଜାରି କଲେ ସେହି ଅନୁସାରେ ଟିକାକରଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/23-13.jpg)