ଓଡ଼ିଶା- ଆନ୍ଧ୍ର କଳିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

109

କନକ ବ୍ୟୁରୋ : ଓଡ଼ିଶା- ଆନ୍ଧ୍ର କଳିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ପ୍ରେସମିଟ କରି ବିଜେପି ଅଭିଯୋଗ କରିଛି ଓଡ଼ିଶାରେ ସୀମା ଅସୁରକ୍ଷିତ । ରାଜ୍ୟରେ ଦକ୍ଷିଣାଂଚଳ, ପଶ୍ଚିମାଂଚଳରେ ସୀମା ବିବାଦ ଲାଗି ରହିଛି । ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାରଖଣ୍ଡ ବିଭିନ୍ନ ସମୟରେ ଓଡ଼ିଶା ଭିତରେ ପଶି ବିଭିନ୍ନ ଅଂଚଳକୁ ଅକ୍ତିଆର କରିଛନ୍ତି ।  ଓଡିଶା ସରକାର ସୀମାକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି । ୧୯୩୬ରୁ ଆଜି ପର୍ଯ୍ୟନ୍ତ ଦେଶରେ ଯଦି କୌଣସି ପ୍ରଦେଶ ନିଜ ସୀମାକୁ ସୁରକ୍ଷା ଦେବାରେ ଓଡିଶା ବିଫଳ ହୋଇଛି । କୋର୍ଟରେ ନିଜର ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରୁନାହାନ୍ତି ରାଜ୍ୟ ସରକାର । ପଡୋଶୀ ରାଜ୍ୟ ଜୋର ଜବରଦସ୍ତ ଅନୁପ୍ରବେଶ ଅଧିକ ବଢ଼ିଛି ।

ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ରପ୍ରଦେଶ । ଫେବୃଆରୀ ୨୧ ତାରିଖରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଯାଇଥିଲା । ସେତେବେଳେ ସେମାନେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିଲେ । ଆନ୍ଧ୍ର ସରକାର କିଛି ଦିନ ତଳେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିଲେ । ୬ ଓ ୭ ତାରିଖ ଦିନ ଓଡିଶା ଅଧିକାରୀମାନେ ଖବର ପାଇ ଅଙ୍ଗନବାଡି କେନ୍ଦ୍ର ସିଲ କଲେ । ୨ ଦିନ ତଳେ ୯ ତାରିଖ ଦିନ ମାଣିକପାଟଣା ଗାଁ ଗଙ୍ଗାବାଡ଼ ପଞ୍ଚାୟତ ରାୟଗଡ଼ ବ୍ଲକ ଠାରେ ଆନ୍ଧ୍ରର ମନ୍ତ୍ରୀ ଅପଲ ରାଜୁ ପୋଲିସ ଓ ସରକାରୀ ଅଧିକାରୀଙ୍କୁ ନେଇ ପହଁଚିଲେ । ସେଠାକାର ଲୋକଙ୍କୁ ପ୍ରଭାବିତ କଲେ । ସ୍ଥାନୀୟ ଗାଁର କିଛି ଲୋକଙ୍କୁ ଦରମା ଦେଇ ଆନ୍ଧ୍ର ସେମାନଙ୍କ ଯୋଜନା ପ୍ରଚାର କରିବାରେ ଲାଗିଛନ୍ତି । ମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ରଖି ସେଠାରେ ପହଁଚିଲେ । ଓଡିଶା ସରକାର ସେ ଖବର ପାଇ ନଥିଲେ । ପଞ୍ଚାୟତ ନିର୍ବାଚନ ବେଳେ ବି ଗୁଇନ୍ଦା ଫେଲ ଓ ଏବେ ବି ଗୁଇନ୍ଦା ଫେଲ ହୋଇଛି । ବିଳମ୍ବରେ ଖବର ପାଇ ଗଜପତି ଜିଲ୍ଲାର ଏଡିଏମ ମାତ୍ର ୪ଜଣ କନଷ୍ଟେବଲଙ୍କ ସହ ଯାଇଥିଲେ ।

ଆନ୍ଧ୍ରର ମନ୍ତ୍ରୀ ଓଡିଶା ଅଧିକାରୀଙ୍କୁ ଗାଳିଗୁଳଜ କଲେ, ଧମକ ଦେଲେ । ଓଡିଶା ସୀମାରେ ପଶି ଓଡ଼ିଆ ଅଧିକାରୀଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ । କିନ୍ତୁ ମନ୍ତ୍ରୀଙ୍କ ବିରୋଧରେ ଓଡିଶା ସରକାର ବର୍ତ୍ତମାନ ସୁଦ୍ଧା ଗୋଟିଏ ଏତଲା ବି ହୋଇନାହିଁ । ଆନ୍ଧ୍ର ପୋଲିସ ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାରଜି କୁ ବାରମ୍ବାର ହଇରାଣ କରୁଛି । ଓଡିଶା ସରକାର କାହାକୁ ବି ସୁରକ୍ଷା ଦେଉନାହାନ୍ତି । ସେ ଅଞ୍ଚଳରେ ରାସ୍ତା ନାହିଁ । ୪୦ କିଲୋମିଟର ବୁଲି ବୁଲି ସେ ଅଞ୍ଚଳକୁ ଯାଉଛନ୍ତି ଓଡ଼ିଆ ଅଫିସର । ଓଡିଶା ଅଫିସର ମାନେ ସେ ଅଂଚଳକୁ ଯିବା ପାଇଁ ଭୟ କରୁଛନ୍ତି । ଆଜି ପର୍ୟ୍ୟନ୍ତ ଆରଡିସି, ଡିଆଇଜି କେହି ସେ ଅଞ୍ଚଳକୁ ଗଲେ ନାହିଁ । ଓଡିଶା ବିଧାନସଭାରେ ଗୋଟିଏ ହାଉସ କମିଟି ଅଛି । ଯାହାର ଅଧ୍ୟକ୍ଷ ଖୋଦ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ସମସ୍ତେ ବୈଠକରେ ଚିନ୍ତା ପ୍ରକଟ କଲେ । କିନ୍ତୁ ହାଉସ କମିଟି ସେ ଅଞ୍ଚଳକୁ ଗଲେ ନାହିଁ । ଓଡିଶା ସୀମାକୁ ନେଇ ୨୦ ବର୍ଷର ଶାସନ ଭିତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ପଟ୍ଟନାୟକ ଥରେ ହେଲେ କଥା ହୋଇନାହାନ୍ତି ।

ଦୁଇ ରାଜ୍ୟ ବସି ପ୍ରସ୍ତୁତ ହୋଇଥିବା ମ୍ୟାପରେ ଓଡିଶା ସୀମାରେ ମାଣିକ ପାଟଣା ଗାଁ ଅଛି । ବହୁ ବାଦ ବିବାଦ ପରେ କୋଟିଆରେ ରାଜ୍ୟ ସରକାର ଗୋଟିଏ ପୋଲିସ ଷ୍ଟେସନ ପ୍ରତିଷ୍ଠା କଲେ । କିନ୍ତୁ ଆଜି ଯାଏଁ ଥାନା ଉଦଘାଟନ କରିପାରିଲେ ନାହିଁ । ଗୁଡ଼ିଖୁଡ଼ି ଗାଁରେ ଆନ୍ଧ୍ର ବିଭିନ୍ନ ପ୍ରକଳ୍ପ କରିଛି । ଆନ୍ଧ୍ରର ପରବର୍ତ୍ତୀ ଟାର୍ଗେଟ ଗୁଡ଼ିଖୁଡି ଗାଁ । ସାଧାରଣ ଲୋକଙ୍କ ପାଖରେ ଖବର ଅଛି । କିନ୍ତୁ ଓଡିଶା ସରକାରଙ୍କ ଗୁଇନ୍ଦା ପାଖରେ ଖବର ନାହିଁ । ଦକ୍ଷିଣ ଓଡିଶାର ସମସ୍ତ ସୀମାନ୍ତ ଗାଁରେ ଆଦିବାସୀ ଲୋକ ରହୁଛନ୍ତି । ସେମାନଙ୍କୁ ପ୍ରଲୋଭନ ଦେଇ ଆନ୍ଧ୍ର ସରକାର ପ୍ରଭାବିତ କରୁଛି । ସେଠାକାର ଜଣେ ମହିଳା ତହସିଲଦାର ଆନ୍ଧ୍ର ସରକାର ସହ ଲଢୁଛନ୍ତି । କିନ୍ତୁ ଓଡିଶା ସରକାର ତାଙ୍କୁ ସୁରକ୍ଷା ଦେଉନାହାନ୍ତି । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ସୀମା ସୁରକ୍ଷା କମିଟି ଗଠନ କରିଛି । ତେବେ, ସବୁ ସୀମାନ୍ତ ଗାଁ ଗୁଡ଼ିକର ସର୍ଭେ କରାଯାଉ । କାହା ପାଖରେ ରାସନ କାର୍ଡ, ପିଇବା ପାଣି, ଜମି ପଟ୍ଟା ଅଛି ଯାଞ୍ଚ କରାଯାଉ । ରାଜ୍ୟ ସରକାର ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ବୋଲି ବିଜେପି ଦାବି କରିଛି ।