କନକ ବ୍ୟୁରୋ : ଅନେକ ସମୟରେ ଖବର ଆସେ କି ପୁଅ ଓ ବୋହୂ ମିଶି ବାପା କିମ୍ବା ମାକୁ ହତ୍ୟା କରିଦେଇଛନ୍ତି । ହେଲେ ଆଜିର ଖବର ଆପଣଙ୍କୁ ଚକିତ କରିଦେବ । ଏଠାରେ ପୁଅ ବୋହୂଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବୃଦ୍ଧ ଜଣଙ୍କ ସେମାନଙ୍କ ଗଳାକାଟି ହତ୍ୟା କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କାନପୁର ଠାରେ ।
ପୁଅ ଓ ବୋହୂଙ୍କୁ ହତ୍ୟା କରିଥିବା ବୃଦ୍ଧ ଜଣଙ୍କୁ ଯେତେବେଳେ ହତ୍ୟାର କାରଣ ପଚାରିଥିଲେ ଏହାର ଉତ୍ତରରେ ସେ ଯାହା କହିଛନ୍ତି ତାହା ଆପଣଙ୍କୁ ଚକିତ କରିଦେବ । ବୃଦ୍ଧ ଜଣଙ୍କ କହିଛନ୍ତି କି ତାଙ୍କ ବୋହୂ ଦୈନିକ କହୁଥିଲା କି ତାର ମୃତ ଭାଇ ସବୁଦିନେ ତା ପାଖକୁ ଆସୁଛି । ଏହି କଥାକୁ ବି ବିଶ୍ୱାସ କରୁଥିଲା ତାଙ୍କ ପୁଅ । ଉଭୟ ପୁଅ ଓ ବୋହୂ ଏନେଇ ସର୍ବଦା ଅବସାଦରେ ରହୁଥିଲେ ।
ଏହାସହ ଏହି ଘଟଣାକୁ ନେଇ ପରିବାର ଭିତରେ ଦୈନିକ ଝଗଡା ଲାଗି ରହୁଥିଲା । ଏଥିରେ ବିରକ୍ତ ହୋଇ ବୃଦ୍ଧ ଜଣଙ୍କ ପୁଅ ଓ ବୋହୂ ଶୋଇଥିବା ବେଳେ କୌଣସି ଏକ ଧାରୁ ଅସ୍ତ୍ରରେ ସେମାନଙ୍କ ଗଳାକାଟି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱିକାର କରିଛନ୍ତି । ହେଲେ ଏଭଳି କଥାକୁ ପୋଲିସ ସ୍ୱିକାର କରିପାରି ନାହିଁ । ସେପଟେ ବୃଦ୍ଧ ଜଣଙ୍କ କହିଛନ୍ତି କି, ହତ୍ୟା ପଛରେ ଆହୁରି କାରଣ ରହିଛି ହେଲେ ତାହାକୁ ସେ କହିପାରିବେ ନାହିଁ ବୋଲି ପୋଲିସ ଆଗରେ ହାତଯୋଡି କହିଛନ୍ତି । ଏହାସହ ଏଭଳି ହତ୍ୟାକୁ ନେଇ ତାଙ୍କ ମନରେ କିଛି ବି ଅବଶୋଷ ନଥିବା କଥା ବୃଦ୍ଧ ଜଣଙ୍କ କହିଛନ୍ତି ।
Follow Us