କନକ ବ୍ୟୁରୋ: ତାଲା ବନ୍ଦ ସମୟରେ ରାସନ ଏକ ଜରୁରୀ ସାମଗ୍ରୀ ପାଲଟିଥିବା ବେଳେ ଏହାକୁ ପାଇବା ପାଇଁ ଲୋକଙ୍କୁ ଲମ୍ବାଲାଇନରେ ଦୀର୍ଘସମୟ ଧରି ଛିଡା ହେବାକୁ ପଡୁଛି । ଏପରି ଅଭାବନୀୟ ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲାରୁ । ଖଇରା ବ୍ଲକ ଜଲଦା ଗାଁରେ ରାସନ ପାଇଁ ଲମ୍ବା ଲାଇନରେ ଛିଡା ହେଉଛନ୍ତି ଲୋକେ । ଠିକଣା ସମୟରେ ରାସନ ସାମଗ୍ରୀ ପାଇପାରୁନଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି ।

Advertisment

ତାଲା ବନ୍ଦ ସମୟରେ ଲୋକଙ୍କ ପାଖରେ କିପରି ରାସନ ସାମଗ୍ରୀ ପହଂଚିପାରିବ ସେନେଇ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ତ୍ରୁଣମୂଳସ୍ତରରେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଲା ବନ୍ଦ ସମୟରେ କେବଳ ଜରୁରୀ ସାମଗ୍ରୀ ଆଣିବା ପାଇଁ ଲୋକେ ବାହାରକୁ ଆସୁଥିବା ବେଳେ ରାସନ ସାମଗ୍ରୀ ଟିକକ ପାଇବା ପାଇଁ ସେମାନଙ୍କୁ ବଡ ହିନସ୍ତା ହେବାକୁ ପଡୁଛି ଯାହାକିୁ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।