ଇଲିସି ହେଲା ସାତସପନ: ଶ୍ରାବଣମାସରେ ବର୍ଷା ନଥିବାରୁ ଜାଲରେ ଧରାପଡୁନାହାନ୍ତି ଇଲିସି; ପାଗରେ ପରିବର୍ତ୍ତନ କାରଣରୁ କୁଳକୁ ଅଣ୍ଡା ଦେବାକୁ ଆସୁନାହାନ୍ତି ଇଲିସି

ଜାଲରେ ପଡୁନି ଇଲିସି

526

କନକ ବ୍ୟୁରୋ: ବର୍ଷା ନହେବା କାରଣରୁ ଏବର୍ଷ ଶସ୍ତାରେ ଇଲିସି ମାଛ ଖାଇବା ସ୍ୱପ୍ନ ହୋଇଯାଇଛି ପାରାଦୀପବାସୀଙ୍କ ପାଇଁ । ପ୍ରତିବର୍ଷ ଶ୍ରାବଣ ମାସରେ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ପ୍ରଚୁର ଇଲିସି ମାଛ ଧରାଯାଏ । କାରଣ ଏହି ମାସରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୁଏ । ବର୍ଷା ଯୋଗୁଁ ଗୋଳିଆ ବଢିପାଣି ମୁହାଣ ଦେଇ ସମୁଦ୍ରରେ ପଶେ । ଝିପି ଝିପି ବର୍ଷା ସାଙ୍ଗକୁ ପବନ ବହିଥାଏ । ଏଭଳି ପାଗରେ ମଧୁର ପାଣିରେ ଅଣ୍ଡା ଦେବା ପାଇଁ ଇଲିସି ମାଛ କୂଳକୁ ଆସନ୍ତୁ । ତେଣୁ ଏହି ସମୟରେ ପ୍ରଚୁର ଇଲିସି ମାଛ ଧରାହୁଏ । ମାତ୍ର ଚଳିତବର୍ଷ ବର୍ଷାର ଅଭାବ କାରଣରୁ ଇଲିସି ମାଛ ଉତ୍ପାଦନ ବନ୍ଦ ହୋଇଯାଇଛି । ପାଣିପାଗରେ ପରିବର୍ତନ ଲୋକଙ୍କୁ ଇଲିସି ମାଛ ଖାଇବାରୁ ବଂଚିତ କରିବାର ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.