ସାବଧାନ ଶତ୍ରୁ ! ଅବୁଝା ଚୀନ ଜମା ବୁଝୁନି, ସୀମାରୁ ସେନା ପ୍ରତ୍ୟାହାର କରୁନି । ଚାଲବାଜି ଚାଇନାର ମନମାନି ଦେଖି ବଢିଲା ଯୁଦ୍ଧ ଆଶଙ୍କା । ବାୟୁସେନା ମୁଖ୍ୟ ଦେଲେ ବଡ ବୟାନ ।

1,045

କନକ ବ୍ୟୁରୋ: ଚୀନ୍-ଭାରତ ମଧ୍ୟରେ ହେବ କି ଯୁଦ୍ଧ? ବଡ ବୟାନ ରଖିଲେ ବାୟୁସେନା ମୁଖ୍ୟ । ଲଦାଖ ସୀମାରେ ଥମୁନି ଭାରତ-ଚୀନ୍ ଉତ୍ତେଜନା । ବାରମ୍ବାର ବୈଠକ ପରେ ବି ବାହାରୁନି କୌଣସି ନିସ୍କର୍ଷ । ଶାନ୍ତିରେ ବିଶ୍ୱାସ ରଖୁଥିବା ଭାରତ ଚୀନକୁ ବାରମ୍ବାର ବୁଝାଇବା ପରେ ବି ସୀମାରୁ ସେନା ପ୍ରତ୍ୟାହାର କରୁନି ବେଜିଂ । ଆଉ ଏହାରି ମଧ୍ୟରେ ବଡ ବୟାନ ରଖିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ।

ବେଜିଂ ଓ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି । ଆଉ ସହିବନି ଭାରତ । ଉତ୍ତର ପୂର୍ବ ଭାରତ ସୀମାରେ ଦୁଇଟି ଫ୍ରଣ୍ଟ ସହ ଯୁଦ୍ଧ କରିବାକୁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ । ଉଭୟ ଚୀନ ଓ ପାକିସ୍ତାନ ପଟୁ ସୀମାରେ ଉତେଜନା ସୃଷ୍ଟି ପାଇଁ ହେଉଥିବା ଉଦ୍ୟମ ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ବାୟୁସେନା ।

ଆରକେଏସ ଭଦୋରିଆ ଆହୁରି କହିଛନ୍ତି କି, ଚୀନ ଓ ପାକିସ୍ତାନ ସହ ଦୁଇଟି ଫ୍ରଣ୍ଟରେ ଏକସାଙ୍ଗରେ ଯୁଦ୍ଧ କରିବା ପାଇଁ ଭାରତ ପୁରା ପ୍ରସ୍ତୁତ ଅଛି । ଇଷ୍ଟର୍ଣ୍ଣ ଫ୍ରଣ୍ଟରେ ବାୟୁସେନା ମୁତୟନ ହୋଇରହିଛି । ସୀମାରେ ଚୀନ ସାମରିକ ଦୃଷ୍ଟିକୋଣରୁ ଭାରତ ଠାରୁ ଭଲ ସ୍ଥିତିରେ ଥିବା ପ୍ରଶ୍ନ ଉଠୁନାହିଁ । ସମୟ ସହ ତାଳ ଦେଇ ଆବଶ୍ୟକତା ଅନୁସାରେ ଭାରତୀୟ ବାୟୁସେନାରେ ଜରୁରୀ ପରିବର୍ତନ କରାଯାଇଛି । ଆଉ ସେପଟେ, ବାୟୁସେନାରେ ରାଫେଲ ସାମିଲ ପରେ ଇଣ୍ଡିଆନ ଏୟାର ଫୋର୍ସ ଅଧିକ ଶକ୍ତିଶାଳୀ ହୋଇଛି ଏବଂ ଶୀଘ୍ର ଓ କଠୋର ପଦକ୍ଷପ ନେବାକୁ ସକ୍ଷମ ବୋଲି କହିଛନ୍ତି ଭଦୋରିଆ । ବାୟୁସେନା ମୁଖ୍ୟଙ୍କ ଏହି ବୟାନ ସ୍ପଷ୍ଟ କରୁଛି । ଯଦି ବେଳ ଥାଉ ଥାଉ ଚୀନ୍ ନସୁଧୁରେ ତେବେ କଡା ଯବାବ ଦେବ ଭାରତ ।