ସାବାଡ୍ ହେବେ ଉଦ୍ଧତ ପୁଅବୋହୂ: ବାପ ମା’ଙ୍କୁ ମାରଧର କଲେ ସନ୍ତାନଙ୍କର ରହିବନି ପୈତୃକ ସଂପତ୍ତି ଉପରେ କୌଣସି ବି ଅଧିକାର

Advertisment
ସାବାଡ୍ ହେବେ ଉଦ୍ଧତ ପୁଅବୋହୂ: ବାପ ମା’ଙ୍କୁ ମାରଧର କଲେ ସନ୍ତାନଙ୍କର ରହିବନି ପୈତୃକ ସଂପତ୍ତି ଉପରେ କୌଣସି ବି ଅଧିକାର

‘ନିଜ ବାପ ମା’ଙ୍କୁ ସେମାନଙ୍କ ବୃଦ୍ଧାବସ୍ଥାରେ ମାରଧର କରୁଥିବା ପୁତ୍ରର ବାପ ମା’ଙ୍କ ସଂପତ୍ତି ଉପରେ କୌଣସି ପ୍ରକାରର ଅଧିକାର ନାହିଁ। ବରଂ ଏପରି କୃତଘ୍ନ ପୁତ୍ରକୁ ପୈତୃକ ସଂପତ୍ତିରୁ ବେ-ଦଖଲ କରିଦେବା ପାଇଁ ବାପ ମା’ମାନଙ୍କର ସମସ୍ତ ଅଧିକାର ରହିଛି’। ଗତକାଲି ଏଭଳି ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି ଗୁଜୁରାଟ ହାଇକୋର୍ଟ।

publive-image

ସୂଚନା ମୁତାବକ, ଗୁଜୁରାଟର ଭରୋଦରାରେ ବସବାସ କରୁଥିବା ମଧୁକାନ୍ତାବେନ୍ ନାମକ ଜନୈକା ବୃଦ୍ଧା ମହିଳାଙ୍କୁ ତାଙ୍କର ଏକମାତ୍ର ପୁତ୍ର ଜୟେଶଭାଇ ପଟେଲ ସବୁବେଳେ ମାରଧର କରୁଥିଲେ। ନିଜ ପୁତ୍ରଠାରୁ ମାଡ଼ ଖାଇ ଅନେକ ଥର ରକ୍ତାକ୍ତ ହେବା ପରେ ମଧୁକାନ୍ତବେନ୍ ଘଟଣା ସଂପର୍କରେ ପୁଲିସ୍ରେ ମଧ୍ୟ ଅଭିଯୋଗ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଜୟେଶଭାଇ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ପୁତ୍ର ଘରୁ ତଡ଼ିଦେବା ଦେବା ପରେ ମଧୁକାନ୍ତାବେନ୍ ଯାଇ ତାଙ୍କ ଝିଅମାନଙ୍କ ଘରେ ଆଶ୍ରୟ ନେଇଥିଲେ ଏବଂ ଏଥିସହ ନିଜର ଏକ ଇଚ୍ଛାପତ୍ର (ଉଇଲ୍) ପ୍ରସ୍ତୁତ କରି ଭରୋଦରାରେ ଥିବା ତାଙ୍କର ଏକ ଦୁଇ ମହଲା ବିଶିଷ୍ଟ ଏକ କୋଠା ଘରକୁ ଝିଅମାନଙ୍କ ନାମରେ କରି ଦେଇଥିଲେ।

publive-image

ଏ ଘଟଣା ଜାଣିବା ପରେ ଜୟେଶଭାଇ ଗୁଜୁରାଟର ତଳ କୋର୍ଟରେ ନିଜ ମା’ ମଧୁକାନ୍ତାବେନଙ୍କ ବିରୋଧରେ ଏକ ମାମଲା ଆଗତ କରି ସେ କରିଥିବା ଇଚ୍ଛାପତ୍ର ବୈଧ ନଥିବା ଦର୍ଶାଇ ଏହାକୁ ଖାରଜ କରିଦେବାକୁ ଅନୁରୋଧ କରିଥିଲେ। କିନ୍ତୁ, ତଳକୋର୍ଟର ବିଚାରପତି ଆଗତ ମାମଲାକୁ ବିଚାରକରି ମଧୁକାନ୍ତାବେନଙ୍କ ସପକ୍ଷରେ ରାୟ ଶୁଣାଇବା ସହ ଜୟେଶଭାଇଙ୍କୁ ସଂପତ୍ତିରୁ ବେଦଖଲ କରି ଦେଇଥିଲେ। ପରେ

publive-image

ଜୟେଶଭାଇ ତଳକୋର୍ଟର ରାୟକୁ ବିରୋଧ କରି ଗୁଜୁରାଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ, ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପରେଶ ଉପାଧ୍ୟାୟ ଗତକାଲି ଏହି ମାମଲାର ବିଚାର କରି, ଏ ସଂପର୍କରେ ରହିଥିବା ସୁପ୍ରିମ୍ କୋର୍ଟଙ୍କ ରାୟର ନଜିର ଦେଖାଇ ଏମାମଲାରେ ତଳକୋର୍ଟ ଦେଇଥିବା ରାୟକୁ କାଏମ ରଖଥିଲେ। ଏଥିସହ ଏହି ମାମଲାର ରାୟ ଶୁଣାଇବାକୁ ଯାଇ ଜଷ୍ଟିସ୍ ଉପାଧ୍ୟାୟ କହିଥିଲେ, ‘ନିଜ ବାପ ମା’ଙ୍କୁ ସେମାନଙ୍କ ବୃଦ୍ଧାବସ୍ଥାରେ ମାରଧର କରୁଥିବା ପୁତ୍ରର ବାପ ମା’ଙ୍କ ସଂପତ୍ତି ଉପରେ କୌଣସି ପ୍ରକାରର ଅଧିକାର ନାହିଁ। ବରଂ ଏପରି କୃତଘ୍ନ ପୁତ୍ରକୁ ପୈତୃକ ସଂପତ୍ତିରୁ ବେ-ଦଖଲ କରିଦେବା ପାଇଁ ବାପ ମା’ମାନଙ୍କର ସମସ୍ତ ଅଧିକାର ରହିଛି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe