କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ବ୍ୟବଧାନ ନିଷ୍ପତିକୁ ଯୁକ୍ତିଯୁକ୍ତ ବୋଲି ମତ ରଖିଲେ ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି । କହିଲେ, ଭାରତ ଭଳି ବିଶାଳ ଦେଶରେ ଶୀଘ୍ର ଟିକାକରଣ ପାଇଁ ଖୋଜିବାକୁ ପଡିବ ବିକଳ୍ପ

257

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ପ୍ରଥମ ଓ ତ୍ୱିଦୀୟ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବଢାଇ ୧୨ରୁ ୧୬ ସପ୍ତାହକୁ ବଢାଇଦେବା ନିଷ୍ପତି ଯୁକ୍ତିଯୁକ୍ତ ବୋଲି କହିଛନ୍ତି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି । ଆମେରିକାରେ ବାଇଡେନ ପ୍ରଶାସନର ପ୍ରମୁଖ ସ୍ୱାସ୍ଥ୍ୟ ପରାମର୍ଶଦାତା ଅଛନ୍ତି ଆନ୍ଥୋନି । ଭାରତ ସରକାରଙ୍କ ଏହି ନିଷ୍ପତିକୁ ସମାଲୋଚକମାନେ ଟିକାର ଅଭାବ ସହିତ ଯୋଡୁଥିବାବେଳେ ଭିନ୍ନମତ ରଖି ଫାଉସି କହିଛନ୍ତି, ଭାରତ ଭଳି ବିଶାଳ ଦେଶରେ ଲୋକଙ୍କ ଶୀଘ୍ର ଟିକାକରଣ କରିବାକୁ ହେଲେ ବିକଳ୍ପ ଖୋଜିବାକୁ ପଡିବ । ସମସ୍ତଙ୍କୁ ଅନୁନ୍ୟ ଟିକାର ଗୋଟିଏ ଡୋଜ୍ ଦେବାକୁ ହେବ । ଏବଂ ୨ଟି ଡୋଜ୍ ମଝିରେ ବ୍ୟବଧାନ ବଢିଲେ ମଧ୍ୟ ଟିକାର ପ୍ରଭାବ କମିବ ନାହିଁ ।

କୋଭିସିଲ୍ଡ ଟିକାର ପ୍ରଥମ ଓ ତ୍ୱିଦୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବଢାଇଦେବା ନିଷ୍ପତି ଯୁକ୍ତିଯୁକ୍ତ ବୋଲି କହିଛନ୍ତି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି । ଆମେରିକାରେ ବାଇଡେନ ପ୍ରଶସନର ପ୍ରମୁଖ ସ୍ୱାସ୍ଥ୍ୟ ପରାମର୍ଶଦାତା ଅଛନ୍ତି ଆନ୍ଥୋନି । ଭାରତ ସରକାରଙ୍କ ଏହି ନିଷ୍ପତିକୁ ସମାଲୋଚକମାନେ ଟିକାର ଅଭାବ ସହିତ ଯୋଡଥିବାବେଳେ ଭିନ୍ନମତ ରଖିଛନ୍ତି ଆମେରିକାର ଏହି ଟପ୍ ସ୍ୱାସ୍ଥ୍ୟ ବିଶେଷଜ୍ଞ । ତାଙ୍କ କହିବା ହେଲା ଭାରତ ଭଳି ବିଶାଳ ଦେଶରେ ଲୋକଙ୍କ ଶୀଘ୍ର ଟିକାକରଣ କରିବାକୁ ହେଲେ ବିକଳ୍ପ ଖୋଜିବାକୁ ପଡିବ । ସମସ୍ତଙ୍କୁ ଅନୁନ୍ୟ ଟିକାର ଗୋଟିଏ ଡୋଜ୍ ଦେବାକୁ ହେବ । ଏବଂ ୨ଟି ଡୋଜ୍ ମଝିରେ ବ୍ୟବଧାନ ବଢିଲେ ମଧ୍ୟ ଟିକାର ପ୍ରଭାବ କମିବ ନାହିଁ ବୋଲି ସେ ମତ ଦେଇଛନ୍ତି ।

ଆପଣଙ୍କ ପାଖରେ ଯେତେବଳେ ପର୍ଯ୍ୟାପ୍ତ ଟିକା ନାହିଁ, ଆଉ ଆପଣ ଯଦି ଅଧିକ ଲୋକଙ୍କ ଟିକାକରଣ କରିବାକୁ ଚାହିଁବେ, ତାହାହେଲେ ଟିକା ନଥିବାରୁ ପ୍ରଥମ ଡୋଜ୍ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢାଇବା ଯୁକ୍ତିଯୁକ୍ତ । ଅନ୍ତତଃ ସମସ୍ତଙ୍କୁ ଗୋଟିଏ ଡୋଜ୍ ମିଳିଯିବ । କିନ୍ତୁ ଆପଣ ବିଳମ୍ବ କଲେ ଟିକାର ପ୍ରଭାବ କମିବ ନାହିଁ । ତେଣୁ ଭାରତରେ ଯେତେବେଳେ ସ୍ଥିତି ଜଟିଳ ରହିଛି, ଆପଣଙ୍କୁ ଅଧିକ ଲୋକଙ୍କୁ ଶୀଘ୍ର ଟିକା ଦେବା ପାଇଁ ବାଟ ବାହାର କରିବାକୁ ପଡିବ ।

ଆମ ଦେଶରେ ସାବାଳକଙ୍କୁ ଦିଆଯାଇଥିବା ପ୍ରାୟ ୧୭ କୋଟି ୮୦ ଲକ୍ଷ ଡୋଜରୁ ୯୦ ପ୍ରତିଶତ କୋଭିସିଲ୍ଡ ଟିକା । ପୂର୍ବରୁ ଏହି ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ୬ରୁ ୮ ସପ୍ତାହ ରଖାଯାଇଥିଲା । ହେଲେ ଗୁରୁବାର ଏଥିରେ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଡୋଜ୍ କୋଭିସିଲ୍ଡ ଟିକା ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି କୁହାଯାଇଛି । ତେବେ ଆମେରିକା ବୈଜ୍ଞାନିକଙ୍କ ମତରେ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ଭଳି ବିଶାଳ ଦେଶରେ ପ୍ରାୟ ୧୦ ପ୍ରତିଶତ ଲୋକଙ୍କୁ ଗୋଟିଏ ଡୋଜ୍ ଟିକାକରଣ ହୋଇପାରିଛି । ଦ୍ୱିତୀୟ ଲହରରେ କରୋନା ଭାରତରେ ଯେଭଳି ଦ୍ରୁତ ସଂକ୍ରମିତ ହେଉଛି, ଏଥିପାଇଁ ଟିକାକରଣକୁ ଜୋରଦାର କରିବାକୁ ପଡିବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ତେଣୁ ନିଜ ଦେଶରେ ଟିକା ଉତ୍ପାଦନ ବଢାଇବା ସହ ବାହାରୁ ଟିକା ଆମଦାନୀ କରିବାକୁ ପଡିବ ବଲି କହିଛନ୍ତି ଆନ୍ଥୋନି ଫାଉସି ।

ଟିକା ଅଭାବକୁ ନେଇ ଜୋରଦାର ସମାଲୋଚନା ପରେ ଭାରତ ସରକାର କହିଛନ୍ତି ଚଳିତବର୍ଷ ଅଗଷ୍ଟରୁ ଡିସେମ୍ବର ଭିତରେ ଆମକୁ ୨୦୦ କୋଟି ଡୋଜ୍ ଟିକା ମିଳିବ । କିନ୍ତୁ ମଡର୍ଣ୍ଣ, ଫାଇଜର ଓ ଜନସନ ଭଳି କମ୍ପାନି ଚଳିତବର୍ଷ ତୃତୀୟ କ୍ୱାର୍ଟର ପରେ ଟିକା ଯୋଗାଣ ନେଇ ଆଲୋଚନା କରିପାରନ୍ତି ।