କୋର୍ଟଙ୍କ ଆଦେଶରେ ସ୍ପଷ୍ଟ, ଆରୟନ ଖାନ ଓ ତାଙ୍କ ସାଥୀଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ

222

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ମାମଲାରେ ଆରୟନ ଖାନ ଓ ତାଙ୍କ ଦୁଇଜଣ ସାଂଗଙ୍କ ଜାମିନ ମଞ୍ଜୁର କରିବା ପରେ ଶନିବାର ବିସ୍ତୃତ ଭାବେ ନିଷ୍ପତ୍ତିର କପି ଜାରି କରିଛନ୍ତି । ଏହି କପିରେ କୋର୍ଟ କହିଛନ୍ତି କି ଅଭିଯୁକ୍ତଙ୍କ ବିରୋଧରେ ଏମିତି କିଛି ପ୍ରମାଣ ନାହିଁ ଯାହା ମାଧ୍ୟମରେ ପ୍ରମାଣ କରାଯାଇ ପାରିବ କି ସେମାନେ ଡ୍ରଗ୍ସ ସମ୍ବୋଧିତ କୌଣସି ଅପରାଧ କରିବାକୁ ଷଡଯନ୍ତ୍ର କରୁଥିଲେ । କହିରଖୁ କି ଜଷ୍ଟିସ ଏନ୍ ଡବ୍ଲ୍ୟୁ ସଂବ୍ରେଙ୍କ ପୀଠ ଅକ୍ଟୋବର ୨୮ ତାରିଖରେ ଆରୟନ ଖାନ, ଅରବାଜ ମର୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନକୁ ସ୍ୱିକାର କରିଥିଲେ ।

ଏହି ମାମଲାରେ କୋର୍ଟ କହିଛନ୍ତି କି, ଆରୟନଙ୍କ ଫୋନରୁ ଯେଉଁ ହ୍ୱାଟସପ୍ ଚାର୍ଟ ସାମ୍ନାକୁ ଆସିଛି ତା ମଧ୍ୟରେ ଏମିତି କିଛି ଆପତ୍ତିଜନକ ଚାର୍ଟ ସାମ୍ନାକୁ ଆସିନାହିଁ ଯାହାଦ୍ୱାରା ଜଣାପଡିବ କି ଏହି ୩ ଜଣ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି କୌଣସି ଅପରାଧ ପାଇଁ ଷଡଯନ୍ତ୍ର କରିଥିଲେ ।

କୋର୍ଟ ତାଙ୍କ ଆଦେଶରେ ଏହା ବି କହିଛନ୍ତି  ଏନଡିପିଏସ ଅଧିନିୟମ ଧାରା ୬୭ ମୁତାବକ ଏନସିବି ଦ୍ୱାରା ଦାଖଲ ହୋଇଥିବା ସ୍ୱୀକାରୋକ୍ତିକୁ କେବଳ ମାମଲାର ଯାଂଚ ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଅନୁମାନ ଲଗାଇବା କିମ୍ବା ପ୍ରମାଣ କରିବା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଏନସିବି ଦ୍ୱାରା ୩ ଅଭିଯୁକ୍ତଙ୍କ ଶୁଣାଣି ଅଲଗା ଅଲଗା କରିବାକୁ କୋର୍ଟଙ୍କ ଠାରେ ଯେଉଁ ଯୁକ୍ତି ବଢାଯାଇଥିଲା ତାହାକୁ ଖଣ୍ଡନ କରି କୋର୍ଟ କହିଛନ୍ତି କି କୋର୍ଟଙ୍କ ପାଖରେ କିଛି ଅନ୍ ରେକର୍ଡ ପ୍ରମାଣ ରହିଛି , ଯାହାଦ୍ୱାରା ସ୍ପଷ୍ଟ ହୋଇଛି ତିନି ଅଭିଯୁକ୍ତ ଗୋଟିଏ ଉର୍ଦ୍ଦେଶ୍ୟରେ ବେଆଇନ କାମ କରିବାକୁ ପ୍ରସ୍ତୁତ ହେଉଥିଲେ ।

ଏହାସହ ଅଦାଲତ ତାଙ୍କ ଆଦେଶରେ ଏହା ବି କହିଛନ୍ତି କି, ୩ ଜଣ ଯାକ ଅଭିଯୁକ୍ତ ପାଖା ପାଖି ୨୫ ଦିନ ପର୍ଯ୍ୟନ୍ତ ଜେଲରେ ରହିଥିଲେ । ଏହି କ୍ରମରେ ଅଭିଯୋଗକାରୀ ତାଙ୍କର ମେଡିକାଲ ପରୀକ୍ଷଣ କରିନଥିଲେ । ଯାହାଦ୍ୱାରା ପ୍ରମାଣ ହୋଇପାରିଥାନ୍ତି କି ଅଭିଯୁକ୍ତମାନେ ଡ୍ରଗ୍ସ ସେବନ କରିଥିଲେ କି ନାହିିଁ ।