ପୁରୁଣା ଗାଡି ମାଲିକଙ୍କୁ ବଡ ଆଶ୍ୱସ୍ତି । ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି, ଟ୍ୱିଟ୍ କରି ସୂଚନା ଦେଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

22,875

କନକ ବ୍ୟୁରୋ  : ପୁରୁଣା ଗାଡି ମାଲିକଙ୍କୁ ବଡ ଆଶ୍ୱସ୍ତି । ବନ୍ଦ ହେବନି ୧୫ ବର୍ଷର ପୁରୁଣା ଗାଡି । ରାସ୍ତାରେ ଚାଲିପାରିବ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲେ ମଧ୍ୟ ୧୫ ବର୍ଷରୁ ଅଧିକ ଗାଡିକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇନାହାନ୍ତି ବୋଲି କୁହାଯାଇଛି । ତେବେ ରାସ୍ତାରେ ୧୫ ବର୍ଷରୁ ଅଧିକ ଗାଡି ଚଳାଇବାକୁ ହେଲେ ଗାଡି ମାଲିକଙ୍କୁ ଅନେକ ଗୁଡିଏ ସର୍ତ୍ତ ପାଳନ କରିବାକୁ ହେବ ।

ରାସ୍ତାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଚଳାଇବାକୁ ହେଲେ ଆରଟିଓରୁ ଗାଡିର ରେଜିଷ୍ଟ୍ରେସନ ରିନ୍ୟୁ କରିବାକୁ ପଡିବ । ଏହାଛଡା ଗାଡିର ଫିଟନେସ ସାର୍ଟିଫିକେଟ ବୈଧ ଥିବା ଯାଏଁ ଗାଡିର ରେଜିଷ୍ଟ୍ରେସନ ବୈଧ ରହିବ ବୋଲି ସ୍ପଷ୍ଟ କରାଯାଇଛି । ଫିଟନେସ ସାର୍ଟିଫିକେଟକୁ ମଧ୍ୟ ପୁଣିଥରେ ପଞ୍ଜୀକରଣ କରିପାରିବେ ଗାଡି ମାଲିକ ।