ଜାହାଜ ପାଇଁ ନାକେଦମ୍: ରାଜହଂସରେ ମାଲେସିଆ ଜାହାଜର ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ; ବାଧକ ସାଜିଛି ସମୁଦ୍ର ଜୁଆର

ଅଗଷ୍ଟ ୭ରୁ ଚିଲିକା ଓ ସମୁଦ୍ର ମଝିରେ ଅଟକି ରହିଛି ଜାହାଜ

723

କନକ ବ୍ୟୁରୋ: ଚିଲିକାର ରାଜହଂସରେ ଫସିଥିବା ମାଲେସିଆର ଅଚଳ ଜାହଜର ଆରମ୍ଭ ହୋଇଛି ଉଦ୍ଧାର କାମ । ତେବେ ଜାହାଜ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସମୁଦ୍ର ଜୁଆର ଯୋଗୁଁ ଜାହାଜ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ବାଲିରେ ଫସିଥିବାରୁ ଜାହାଜ ଉଦ୍ଧାର ବିଳମ୍ବ ହେଉଥିବା ଜଣାପଡିଛି । ସଂଧ୍ୟାରେ ବଡ ଜୁଆର ଆସିଲେ ଜାହାଜ ଉଦ୍ଧାର ସହଜ ହେବ ବୋଲି ସୂଚନା ମିଳିଛି । ଜାହାଜକୁ ଟାଣି ନେବା ପାଇଁ ସିଙ୍ଗାପୁରରୁ ଆସିଛି ଶକ୍ତିଶାଳୀ ଜାହଜ ଏମଭି ଚିତା ।

ଗତ ଅଗଷ୍ଟ ୯ ତାରିଖରୁ ଚିଲିକା ଉପକୂଳ ରାଜହଂସରେ ଅଟକି ରହିଛି ମାଲେସିଆ ଜାହଜ ଜେନହାୱା-୩୨ । ରାଜହଂସରେ ଦୀର୍ଘ ୩୬ ଦିନ ଅଟକି ରହିବା ପରେ ଆଜି ଚାଲିଛି ଉଦ୍ଧାର କାମ । ଆଜି ଜାହାଜରୁ ତେଲ ନିଷ୍କାସନ କରାଯିବ । ଉଦ୍ଧାର କାମ ୨ ଦିନ ଧରି ଚାଲିବ । ଏହା ସରିବା ପରେ ମାଲେସିଆ ଜାହାଜକୁ ପ୍ରଥମେ କୋଲକାତା ନିଆଯିବ । ସେଠାରେ ମରାମତି ପରେ ନିଆଯିବ ମାଲେସିଆକୁ । ଅଗଷ୍ଟ ୯ ରୁ ମାଲେସିଆର ଏହି ଜାହଜର ଇଂଜିନ ଅଚଳ ହୋଇଯିବାରୁ ଜାହଜଟି ଭାସି ଭାସି ଆସି ରାଜହଂସରେ ଅଟକି ରହିଥିଲେ ।

ସମୁଦ୍ରର ଢେଉ ମାଡ଼ରେ ଜାହଜର କଂଟେନର ବୁଡ଼ିବା ଅବସ୍ଥାକୁ ଚାଲିଆସିଥିଲା । ଜାହଜରୁ ତେଲ ଲିକ କରିବା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଚିଲିକାର ଜୈବ ବିବିଧତା ପ୍ରତି ବିପଦ ଥିବା ଅନୁମାନ କରି ଜିଲ୍ଲା ପ୍ରଶାସନ ତୁରନ୍ତ ଜାହଜରୁ ତେଲ କାଢି ନେବା ସହିତ ଜାହଜ ଅପସାରଣ ପାଇଁ ସିପିଂ ଏଜେଂଟ ଓ ଜାହଜ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଜିଲ୍ଳାପ୍ରଶାସନର ତାଗିଦ ପରେ ଜାହଜରୁ ୩୦ ହଜାର ଲିଟର ଡ଼ିଜେଲ କାଢି ଦିଆଯାଇଥିଲା ।