ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବାର ନାହିଁ ଦିନକର୍ଫ୍ୟୁ । ସ୍ପଷ୍ଟ କଲେ SRC । ଦିନକର୍ଫ୍ୟୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଥିଲେ ବାଚସ୍ପତି ।

395

କନକ ବ୍ୟୁରୋ: ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବନି ଦିନ କର୍ଫ୍ୟୁ । ଓଡିଶାରେ ଦିନ କର୍ଫ୍ୟୁ ଲାଗୁ ହେବା ପ୍ରସଙ୍ଗରେ ଏସଆରସିଙ୍କ ସ୍ପଷ୍ଟୀକରଣ । କହିଲେ ରାଜ୍ୟରେ ଦିନକର୍ଫ୍ୟୁର ଆବଶ୍ୟକତା ନାହିଁ । ଓଡିଶାରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । କୋଭିଡ ସ୍ଥିତି ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ଏସଆରସି ।

ତେବେ ସ୍ଥିତି ଦେଖି ଦିନକର୍ଫ୍ୟୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଥିଲେ ବାଚସ୍ପତି । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଥିଲେ । କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ବିଭାଗ ଅନୁଧ୍ୟାନ କରୁଥିବା କହିଥିଲେ ବାତସ୍ପତି । ଆଉ ଏବେ ଏସଆରସିଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।