ହେଲମେଟ୍ ନ ପିନ୍ଧିଲେ ମିଳିବନି ପେଟ୍ରୋଲ୍ ! ଜୁନ୍ ୧ ରୁ ବିନା ହେଲମେଟ୍ ରେ ପେଟ୍ରୋଲ୍ ପମ୍ପ ଗଲେ ମିଳିବନି ପେଟ୍ରୋଲ୍ ।

371

ଜନପଦ ଗୌତମବୁଦ୍ଧ ନଗରରେ ଜୁନ୍ ୧ ରୁ ବିନା ହେଲମେଟରେ ପେଟ୍ରୋଲ୍ ପମ୍ପରେ ପହଂଚିଲେ ବାହନ ଚାଳକଙ୍କୁ ପେଟ୍ରୋଲ୍ ମିଳିବ ନାହିଁ । ଏହି ବାବଦରେ ଜିଲ୍ଲାଧିକାରୀ ବ୍ରିଜେଶ୍ ନାରାୟଣ ସିଂହ ଜନପଦର ସବୁ ପେଟ୍ରୋଲ୍ ପମ୍ପରେ ଡିଲର୍ ଙ୍କ ସହ ମଙ୍ଗଳବାର ଏକ ବୈଠକ କରିଥିଲେ ଏବଂ ଆଦେଶ ଦେଇଥିଲେ ଯେ ୧ ଜୁନ୍ ପରେ କିଭଳି ଏହି ନିୟମକୁ କଡାକଡି ଭାବରେ ପାଳନ କରାଯିବ ।

ଶ୍ରୀ ସିଂହ କହିଥିଲେ ସଡକ ସୁରକ୍ଷା ପ୍ରତି ସତର୍କତା ଆଣିବା ଉଦେ୍ଧଶ୍ୟରେ ଜିଲ୍ଲା ପ୍ରଶାସନ ଏହି ନିର୍ଣ୍ଣୟ ନେଇଥିଲେ । ୩୧ ମେ ପରେ ଜନପଦର କୌଣସି ପେଟ୍ର୍ରୋଲ୍ ପମ୍ପରେ ବିନା ହେଲମେଟ୍ ପିନ୍ଧି ଆସିଥିବା ବାହନ ଚାଳକଙ୍କୁ ପେଟ୍ରୋଲ୍ ଦିଆଯିବନାହିଁ । ସେ କହିଥିଲେ ପ୍ରତିଦିନର ସଡକ ଦୂର୍ଘଟଣାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଜିଲ୍ଲାଧିକାରୀଙ୍କ କହିବାନୁସାରେ ମୋଟର ବାହନ ଅଧିନିୟମ ୧୯୮୮ ର ଧାରା ୧୨୯ ଅନୁସାରେ ଚାଳକ ତଥା ଆରୋହୀଙ୍କ ଦ୍ୱାରା ହେଲମେଟ୍ ପିନ୍ଧିବା ଅନିବାର୍ଯ୍ୟ ଅଟେ ।