କନକ ବ୍ୟୁରୋ : ବିହାରରେ ପୋଲିସ ଗାଡିକୁ ମିଳୁନି ପେଟ୍ରୋଲ ଓ ଡିଜେଲ । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏଭଳି ଏକ ଘଟଣା ବିହାର ରାଜଧାନୀ ପାଟନାରୁ ସାମ୍ନାକୁ ଆସିଛି । ଯେଉଁଠି ପୋଲିସ ଗାଡିକୁ ପେଟ୍ରୋଲ ଡିଜେଲ ମିଳୁନାହିଁ ।
ସୂଚନା ଅନୁସାରେ ପାଟନାରେ ସମସ୍ତ ପୋଲିସ ଗାଡି ଦୀର୍ଘ ଦୁଇ ବର୍ଷ ଧରି ତେଲ ପକାଇ ଆସୁଛନ୍ତି । କିନ୍ତୁ ଏତେ ଦିନ ବିତିବା ପରେ ମଧ୍ୟ ଯେତେ ବେଳେ ବିଲ କଥା ଉଠୁଛି ବାବୁ ମାନେ ଆଜି କାଲି କହି ଦିନ ଗଡେଇ ଚାଲିଛନ୍ତି । ଏ ପର୍ଯ୍ୟନ୍ତ ଟଙ୍କା ଟିଏ ବି ବିଲ ଦେଇନଥିବା ଜଣାପଡିଛି । ଯାହା ଫଳରେ ବକେୟା ଟଙ୍କା ୫ କୋଟି ଟଙ୍କା ପାଖା ପାଖି ପହଂଚିଥିବା ଅଭିଯୋଗ ହୋଇଛି । ତେଣୁ ପ୍ରଥମେ ବକେୟା ଦିଅ ଓ ପରେ ତେଲ ନିଅ ବୋଲିି କହିଛନ୍ତି ପେଟ୍ରୋଲ ପମ୍ପ ସଂଚାଳକ ।