କନକ ବ୍ୟୁରୋ : ପିସି ଦେଲେ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ପିସି ନାହିଁ ତ ଘର ନାହିଁ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳରୁ । ପୌର କର୍ମଚାରୀ ନିର୍ମଳ କୁମାର ମଲ୍ଲିକ ଓ ୫ନମ୍ବର ୱାର୍ଡ କାଉନସିଲର ବିନ୍ଦୁମତି ବେହେରା, ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟଦେଶ ପାଇଁ ହିତାଧିକାରୀଙ୍କ ଠାରୁ ୬ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏପରିକି କାର୍ଯ୍ୟାଦେଶ ଦେବାପାଇଁ ହିତାଧିକାରୀ ପିସି ଦେଇଥିଲେ ମଧ୍ୟ କାର୍ଯ୍ୟାଦେଶ ନମିଳିବାରୁ ହିତାଧିକାରୀ ପୌରାଧ୍ୟକ୍ଷଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଅଭିଯୋଗ ହେବା ପରେ ପୌର କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ୨୦୧୬ରେ ୧୦୯୯ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭୦ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଇଛି । ମାତ୍ର ଗୃହ ନିର୍ମାଣ କାର୍ଯ୍ୟାଦେଶ ପାଇଁ ହିତାଧିକାରୀଙ୍କ ଠାରୁ ୫ନମ୍ବର ୱାର୍ଡର କାଉନସିଲର ବିନ୍ଦୁମତି ବେହେରା ଓ ପୌର କର୍ମଚାରୀ ନିର୍ମଳ କୁମାର ମଲ୍ଲିକ ପ୍ରାୟ ୬ହଜାର ଟଙ୍କା ପିସି ନେଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ କ୍ୟାମେରା ସମ୍ମୁଖରେ କିଛି ପ୍ରତିକ୍ରୀୟା ଦେବା ପାଇଁ ମନା କରିଦେଇଛନ୍ତି କାଉନସିଲର ବିନ୍ଦୁମତି ବେହେରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-25-at-10.15.24-AM.png)