କନକ ବ୍ୟୁରୋ : ରାଜ୍ୟ ଓ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ତଥା ଆଇନଶୃଙ୍ଖଳା ଉଲ୍ଲଂଘନ କରୁଥିବା ଯୁବବର୍ଗଙ୍କ ପାଇଁ କଠୋର ହୋଇଛି ଜମ୍ମୁ-କାଶ୍ମୀର ପୋଲିସ ପ୍ରଶାସନ । ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ଫିଙ୍ଗୁଥିବା ଯୁବକଙ୍କୁ ଏଣିକି ଆଉ ବିଦେଶ ଯିବାର ସୁଯୋଗ ମିଳିବ ନାହିଁ। ସେମାନେ ସରକାରୀ ଚାକିରି ମଧ୍ୟ ପାଇବେ ନାହିଁ । କାରଣ ଜମ୍ମୁକାଶ୍ମୀର ପୁଲିସର ସିଆଇଡି ୱିଙ୍ଗ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଯେଉଁମାନେ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ କରୁଛନ୍ତି ସେମାନଙ୍କ ପାସପୋର୍ଟ ଭେରିଫିକେସନକୁ ମଞ୍ଜୁରୀ ଦିଆନଯାଉ ।
ସିଆଇଡି କାଶ୍ମୀରର ଏସଏସପି ତାଙ୍କ ଅଧୀନରେ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ଏକ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ଯେତେବେଳେ ପାସପୋର୍ଟ ସେବା ତଥା ସରକାରୀ ଚାକିରି ପାଇଁ କୌଣସି ବ୍ୟକ୍ତିଙ୍କ ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରନ୍ତି, ସେତେବେଳେ କିଛି କଥା ପ୍ରତି ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ ।
ଯାହାଙ୍କର ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରାଯାଉଛି ସେମାନେ ଯେଭଳି ପଥର ଫିଙ୍ଗାଳି ହୋଇନଥିବା ସହ ରାଜ୍ୟ ଏବଂ ଦେଶର ସୁରକ୍ଷା ପ୍ରତି ବିପଦ ଆଣୁନଥିବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଯଦି କୌଣସି ଯୁବକ ଏପରି କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ତେବେ ତାଙ୍କୁ କୌଣସି ପ୍ରକାରର ସରକାରୀ ଚାକିରି ପାଇଁ ପାସପୋର୍ଟ କିମ୍ବା କ୍ଲିୟରାନ୍ସ ଦିଆଯିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/STONE-PELTING-AFP-2.jpg)