ଜରୁରୀକାଳୀନ ସେବାରେ ଏବେ ଦିଆଯିବନି ପାସ୍ । ଚଳପ୍ରଚଳ ପାଇଁ ପରିଚୟପତ୍ର ବ୍ୟବହାର କରିବାକୁ ପୁଲିସ କମିସନରଙ୍କ ନିର୍ଦ୍ଦେଶ ।

5,318

କନକ ବ୍ୟୁରୋ : ଜରୁରୀକାଳୀନ ସେବାରେ ଏବେ ଦିଆଯିବନି ପାସ୍ । ଚଳପ୍ରଚଳ ପାଇଁ ପରିଚୟପତ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର । ପାସ ପାଇଁ ଭିଡ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ ପାଇଁ ପାସ ଦିଆଯାଉନି । ଅଯଥାରେ ଥାନାରେ ଭିଡ ନଜମାଇବାକୁ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ତେବେ ତାଲା ବନ୍ଦ ସମୟରେ ଯଦି ଆପଣ ଅତି ଆବଶ୍ୟକ କାମରେ ଘରୁ ବାହାରୁଛନ୍ତି ତାହା ହେଲେ ଆପଣ ପାସ କରିବା ବାଧ୍ୟତାମୂଳକ ବୋଲି ଗତକାଲି କୁହାଯାଇଥିଲା । ବୁଧବାର ଠାରୁ ପାସ୍ ବାଧ୍ୟତାମୂଳକ କରାଯିବ ବୋଲି କୁହାଯିବା ପରେ ଥାନାରେ ଲୋକଙ୍କ ଭିଡ ଲାଗିଥିଲା । ଯେଉଁଥିପାଇଁ ଏବେ ପାସ୍ ଦିଆଯିବ ନାହିଁ ବୋଲି କହିଛନ୍ତି ପୋଲିସ କମିଶନର । ଚଳପ୍ରଚଳ ପାଇଁ ପରିଚୟପତ୍ର ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।