ଭୁବନେଶ୍ୱରକୁ ଆସୁଥିଲେ ଧ୍ୟାନ ଦିଅନ୍ତୁ, ରାସ୍ତାରେ ହୋଇପାରିବନି ଗାଡି ପାର୍କିଂ । ବାଣୀବିହାରରୁ ମହର୍ଷି କଲେଜ ଛକ ଯାଏଁ ଲାଗିଲା ନୋ ପାର୍କିଂ ସାଇନ ବୋର୍ଡ ।

ଭୁବନେଶ୍ୱରକୁ ଆସୁଥିଲେ ଧ୍ୟାନ ଦିଅନ୍ତୁ, ରାସ୍ତାରେ ହୋଇପାରିବନି ଗାଡି ପାର୍କିଂ । ବାଣୀବିହାରରୁ ମହର୍ଷି କଲେଜ ଛକ ଯାଏଁ ଲାଗିଲା ନୋ ପାର୍କିଂ ସାଇନ ବୋର୍ଡ ।

କନକ ବ୍ୟୁରୋ : ଏଣିକି ରାସ୍ତାରେ ପାର୍କିଂ ହେବନାହିଁ ଗାଡି । ସହିଦନଗର ଅଂଚଳରେ ତିଆରି ହୋଇଛି ବହୁତଳ ପ୍ରାସାଦ ପାର୍କିଂ ସ୍ଥାନ । ବାଣିବିହାରରୁ ମହର୍ଷି କଲେଜ ଛକ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ପାର୍କିଂ ହେଉଥିଲା ଶହ ଶହ ଗାଡି । ଏବେ ସେଠାରେ ଲାଗିଛି ନୋ ପାର୍କିଂ ସାଇନ ବୋର୍ଡ । ଆଜିଠାରୁ କଡାକଡି ଭାବେ ନିୟମ ପାଳନ କରାଯିବ । ଏନେଇ ବିଏମସି ତରଫରୁ ବିଧିବଦ୍ଧ ଭାବେ ନୋଟିସ ମଧ୍ୟ ବାହାରି ସାରିଛି ।

କେମିତି ଟ୍ରାଫିକ ଜାମ ନହେବ ଏବଂ ସୁରୁଖୁରୁରେ ଲୋକେ ଯାତାୟତ କରିବେ ତାହାକୁ ନଜରରେ ରଖି ଏହି ବହୁ ତଳ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି । ତେଣୁ ଲୋକେ ଏଣେ ତେଣେ ରାସ୍ତା କଡରେ ଗାଡି ପାର୍କିଂ ନକରି ପାର୍କିଂ ସ୍ଥଳରେ ଗାଡିଂ ପାର୍କିଂ କରିବା ଅଭ୍ୟାସ କରିବାକୁ ପଡିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe