କନକ ବ୍ୟୁରୋ : ଏଣିକି ରାସ୍ତାରେ ପାର୍କିଂ ହେବନାହିଁ ଗାଡି । ସହିଦନଗର ଅଂଚଳରେ ତିଆରି ହୋଇଛି ବହୁତଳ ପ୍ରାସାଦ ପାର୍କିଂ ସ୍ଥାନ । ବାଣିବିହାରରୁ ମହର୍ଷି କଲେଜ ଛକ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ପାର୍କିଂ ହେଉଥିଲା ଶହ ଶହ ଗାଡି । ଏବେ ସେଠାରେ ଲାଗିଛି ନୋ ପାର୍କିଂ ସାଇନ ବୋର୍ଡ । ଆଜିଠାରୁ କଡାକଡି ଭାବେ ନିୟମ ପାଳନ କରାଯିବ । ଏନେଇ ବିଏମସି ତରଫରୁ ବିଧିବଦ୍ଧ ଭାବେ ନୋଟିସ ମଧ୍ୟ ବାହାରି ସାରିଛି ।
କେମିତି ଟ୍ରାଫିକ ଜାମ ନହେବ ଏବଂ ସୁରୁଖୁରୁରେ ଲୋକେ ଯାତାୟତ କରିବେ ତାହାକୁ ନଜରରେ ରଖି ଏହି ବହୁ ତଳ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି । ତେଣୁ ଲୋକେ ଏଣେ ତେଣେ ରାସ୍ତା କଡରେ ଗାଡି ପାର୍କିଂ ନକରି ପାର୍କିଂ ସ୍ଥଳରେ ଗାଡିଂ ପାର୍କିଂ କରିବା ଅଭ୍ୟାସ କରିବାକୁ ପଡିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/B7iZt8qCIAAHa97.jpg)