କନକ ବ୍ୟୁରୋ : ଭିତିଭୂମି ରହିଛି ହେଲେ ନାହାନ୍ତି ଶିକ୍ଷକ । ପିଲା ପାଠ ପଢିବାକୁ ପାଳି କରି ଶିକ୍ଷା ଦାନ କରୁଛନ୍ତି ଶିକ୍ଷକ । ଯାହାଫଳରେ ପିଲାଙ୍କୁ ସଠିକ୍ ଭାବେ ଶିକ୍ଷାଦାନ କରାଯାଇପାରୁନି । ୫୦ ବର୍ଷର କାକଟପୁର ଲତାହରଣ ଉଚ୍ଚ ବିଦ୍ୟାଳୟ । ୫-ଟି ଯୋଗୁ ସୁନ୍ଦର ଭାବେ ବିଦ୍ୟାଳୟ ଭିତିଭୂମି ହୋଇଛି । ହେଲେ ନାହାନ୍ତି ଜଣେ ବି ସ୍ଥ।ୟୀ ଶିକ୍ଷକ । ଆଖପାଖର ପ୍ରାୟ ୨୦ଖଣ୍ଡ ଗାଁର ପିଲା ପଢିବାକୁ ଆସନ୍ତି ଏହି ସ୍କୁଲକୁ । ବିଦ୍ୟାଳୟ ନେଇ କିଛି ତ୍ରୁଟି ଯୋଗୁ ଏହା ସମ୍ପୁର୍ଣ୍ଣ ସରକାରୀ ମାନ୍ୟତା ପାଇପାରିନାହିଁ । ଦୀର୍ଘ ବର୍ଷ ଧରି ଏଠାରେ କାମ କରୁଥିବା ପ୍ରାୟ ଶିକ୍ଷକ ଅବସର ନେଇ ସାରିଲେଣି । ହେଲେ ଶିକ୍ଷକ ସ୍ଥାୟୀ ଭାବେ ନିଯୁକ୍ତ ହୋଇପାରୁନି । ପାଖ ପଡୋଶୀ ସ୍କଲୁର ଶିକ୍ଷକ ମାନଙ୍କୁ ଅଣାଯାଇ ଚାଲିଛି ଶିକ୍ଷାଦାନ । ୬୦ ପାଖାପାଖି ପିଲା ପାଠ ପଢୁଥିବା ବେଳେ ସେମାନଙ୍କ ଭବିଷ୍ୟତ ଚିନ୍ତା କରି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି ଅବିଭାବକମାନେ ।