କନକ ବ୍ୟୁରୋ: ଏବେ ଦେଶରେ ୧୫-୧୮ ବର୍ଷ ବୟସ୍କଙ୍କୁ ଟିକା ଦେବା ଅଭିଯାନ ଆରମ୍ଭ ହୋଇଛି। କରୋନାର ନୂଆ ଭାରିଆଣ୍ଟ ସହ ଲଢ଼ିବା ଦିଗରେ ୧୫-୧୮ ବର୍ଷ ବୟସ୍କଙ୍କୁ ପ୍ରସ୍ତୁତ କରିବାକୁ ଜାନୁଆରି ୩ରୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସରକାର। ତେବେ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଉଥିବାରୁ ପାରାସିଟାମଲ ନେବା ଦରକାର କି ନାହିଁ ସେ ଦ୍ବନ୍ଦ୍ବରେ ଲୋକେ ଥିବା ବେଳେ ଏନେଇ ସ୍ପଷ୍ଟୀକରଣ ଦେଇଛି ଭାରତ ବାୟୋଟେକ।
ଟୁଇଟ ଯୋଗେ ଭାରତ ବାୟୋଟେକ କହିଛି ଯେ, ୩୦,୦୦୦ ପିଲାଙ୍କୁ ନେଇ କରାଯାଇଥିବା କ୍ଲିନିକାଲ୍ ଟ୍ରାଏଲ୍ ସମୟରେ ପ୍ରାୟ ୧୦-୨୦% ପିଲାଙ୍କ ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ୧୦-୨୦% ପିଲାଙ୍କ ପାଖରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ୧-୨ଦିନ ମଧ୍ୟରେ ସେମାନେ ଠିକ ହୋଇଯାଇଥିଲେ। ଏଥିପାଇଁ କେହି ଔଷଧ ନେଇନଥିଲେ। ସେଥିପାଇଁ କୋଭାକ୍ସିନ ନେବା ପରେ ଯଦି କେଉଁ ପିଲାଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି, ତେବେ ସେମାନଙ୍କୁ ପାରାସିଟାମଲ ନେବାର କୌଣସି ଆବଶ୍ୟକତା ନାହିଁ।
କିଛି ଟିକାକରଣ କେନ୍ଦ୍ରରେ ପିଲାଙ୍କୁ କୋଭାକ୍ସିନ ଦିଆଯିବା ପରେ ୫୦୦ଗ୍ରାମର ପାରାସିଟାମଲ ନେବାକୁ ପରାମର୍ଶ ଦିଆଯାଉଥିବା ନେଇ ଖବର ମିଳିବା ପରେ ଭାରତ ବାୟୋଟେକ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଅନ୍ୟ କରୋନା ଟିକା ପାଇଁ ପାରାସିଟାମଲ ନେବାକୁ ପରାମର୍ଶ ଦିଆଯାଉଥିବା ବେଳେ କୋଭାକ୍ସିନ ପାଇଁ ଏହା ଲାଗୁ ହେଉ ନାହିଁ ବୋଲି କହିଛି ଭାରତ ବାୟୋଟେକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/Paracetamol-Teblets_Thumbnail-750x430-1.jpg)