ଖୋଲୁନି ମଣ୍ଡି, ବର୍ଷା ଆଶଙ୍କାରେ ଚିନ୍ତାରେ ଚାଷୀ । ମାସ ମାସ ଧରି ରାଜରାସ୍ତା ଆଉ ଖଳାରେ ପଡ଼ି ରହିଛି ଧାନ

Advertisment
ଧାନ ଛାଡ଼ି ଘରକୁ ଫେରିଲେ ଚାଷୀ : ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ; ନା ଧାନ ଉଠିଲା, ନା ମିଳିଲା ପ୍ରତିଶ୍ରୁତି

କନକ ବ୍ୟୁରୋ: ଖୋଲୁନି ଧାନ ମଣ୍ଡି, ଚିନ୍ତାରେ ଚାଷୀ । ପୁରୀ ଜିଲ୍ଲା ଗୋପ ବ୍ଲକର ୩୧ଟି ପଂଚାୟତରୁ ଆସିଲା ମଣ୍ଡି ସମସ୍ୟା । ମାସ ମାସ ଧରି ଅମଳ ଧାନ ବସ୍ତା ରାଜରାସ୍ତା ଆଉ ଖଳାରେ ପଡ଼ି ରହିଛି । ଖୋଲା ଆକାଶ ତଳେ ଶୀତ କାକରରେ ପଡ଼ି ରହିଛି ଧାନ । ବ୍ଲକର ଅନେକ ପଂଚାୟତରେ ଦେଖିବାକୁ ମିଳିଛି ଚାଷୀଙ୍କ ଏହି ଦୁର୍ଦ୍ଦଶା । ମଣ୍ଡି ଖୋଲୁନଥିବାରୁ କିଏ ବିଲ, ରାସ୍ତା ନଚେତ ଖଳାରେ ଅମଳ ଧାନ ବସ୍ତାକୁ ପକାଇ ରଖିଛନ୍ତି । ହେଲେ ମଣ୍ଡି ଖୋଲୁ ନଥିବାରୁ ଚିନ୍ତାରେ ବଡ଼ି ଯାଇଛନ୍ତି ଚାଷୀ । ସମବାୟ ସମିତି ଓ ଗୋପ ବ୍ଲକ ଯୋଗାଣ ବିଭାଗ ନିରୀକ୍ଷକଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେଲେଣୀ ଚାଷୀ । ଶେଷରେ ଶାଗ ମାଛ ଦରରେ ବର୍ଷକର କଷ୍ଟ ଉପାର୍ଜିତ ଫସଲକୁ ବିକିବାକୁ ବାଧ୍ୟ ହେଉଛନ୍ତି ଗୋପ ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe