କନ୍ଦାଉଛି କରୋନା ।ସଂକ୍ରମଣ ଭୟରେ ଆସିକାରେ ପଡିରହିଲା ଶବ, ମା ପାଖରେ ବସି କାନ୍ଦିଲା କୁନି ପିଲା । ଅନ୍ୟପଟେ ଛେଣ୍ଡିପଦାରେ ଶବ ଉଠାଇଲେ ବିଡିଓ ଓ ସରପଞ୍ଚ ।

Advertisment
କନ୍ଦାଉଛି କରୋନା ।ସଂକ୍ରମଣ ଭୟରେ ଆସିକାରେ ପଡିରହିଲା ଶବ, ମା ପାଖରେ ବସି କାନ୍ଦିଲା କୁନି ପିଲା । ଅନ୍ୟପଟେ ଛେଣ୍ଡିପଦାରେ ଶବ ଉଠାଇଲେ ବିଡିଓ ଓ ସରପଞ୍ଚ ।

କନକ ବ୍ୟୁରୋ : ପଡୋଶୀ ପାଖ ପଶିଲେନି, ପ୍ରଶାସନିକ ଅଧିକାରୀ କାନ୍ଧରେ ବୋହି ମଶାଣିକୁ ନେଲେ, ଓ ଅନ୍ତିମ ସଂସ୍କାର କଲେ । କରୋନା ସଂକ୍ରମଣ ଭୟରେ ଯେଉଁମାନେ ଦିନେ ଆପଣାର କହୁଥିଲେ ସେମାନେ ଆଜି ମୁହଁକୁ ଚାହୁଁନାହାଁନ୍ତି । ପରିସ୍ଥିତି ଏମିତି ହୋଇଛି ପାଖ ବି ପଶୁ ନାହାଁନ୍ତି । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ମାନବିକତା ହଜିଯାଉଥିବାର ଏଭଳି ଖବର । ଠିକ୍ ସେହିପରି ଏକ ଖବର ଆସିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାହାଳସାହି ପଂଚାୟତ ଗୁହିରାପଶି ଗାଁରୁ ।

ଏହି ଗାଁର ଗୋବିନ୍ଦ ମାଝୀ ନାମକ ଜଣେ ବୃଦ୍ଧ ୫ଦିନ ପୂର୍ବରୁ ଜ୍ୱରରେ ପୀଡିତ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପଡୋଶୀମାନେ ଶବ ସଂସ୍କାର ପାଇଁ ଆସି ନଥିଲେ । ଫଳରେ ଦୀର୍ଘ ୧୮ଘଂଟା ଧରି ପଡି ରହିଥିଲା ମୃତଦେହ  । ଏହି ଖବର ପାଇବା ପରେ ସ୍ଥାନୀୟ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ସରପଂଚ ନାରାୟଣ ବେହେରା, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ, ବୃଦ୍ଧଙ୍କ ପୁଅ ମୁନା ପିପିଇ କିଟ୍ ପିନ୍ଧି ଗୋବିନ୍ଦଙ୍କ ଶବ କାନେ୍ଧଇ ମଶାଣିକୁ ନେଇ ସଂସ୍କାର କରିଥିଲେ । କରୋନା ସମୟରେ ମଣିଷପଣିଆ ହଜିଯାଇଥିବାବେଳେ ବିଡିଓଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ସେହିଭଳି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କଲେଜ ଛକ ଗୋଲାପଲ୍ି ଅଂଚଳର ଏକ ବନ୍ଦ କୋଠରୀରୁ ଜଣେ ମହିଳାଙ୍କ ମୃତ ଦେହ ଓ ତାଙ୍କ ପାଖରେ ବସି କାନ୍ଦୁଥିବା ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ମାର ମୃତ୍ୟୁ ପରେ ଶିଶୁଟି ଜୋରରେ କାନ୍ଦୁଥିଲେ ବି କେହି ପାଖକୁ ଯାଇ ନଥିଲେ । ତେବେ ଏନେଇ ଥାନାକୁ କେହି ସୂଚନା ଦେବା ପରେ ଘଟଣାସ୍ଥଳରେ ଥାନା ଅଧିକାରୀ , ସରପଂଚଙ୍କ ପ୍ରତିନିଧି ଓ କିଛି ସ୍ୱେଛାସେବୀ ପହଁଚିଥିଲେ । ତାପରେ ପିପିଇ କିଟ୍ ପିନ୍ଧି ଶବ ଉଦ୍ଧାର କରିଥିଲେ ।

ମୃତକଙ୍କ ଶବର ବ୍ୟବଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଥିବାବେଳେ ଉଦ୍ଧାର ଶିଶୁ କନ୍ୟାକୁ ବ୍ରହ୍ମପୁର ବଡ ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚାଇଲଡ ଲାଇନକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁସାରେ ମୃତକ ଝିଲ୍ଳୀର ସ୍ୱାମୀ ଏବେ ସୁରତରେ କାମ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe