ନିଆରା ଗାଁର କାହାଣୀ । ଏଠି କୌଣସି ବି ଘରେ କେବେ ପଡେନି ତାଲା ।

ନିଆରା ଗାଁର କାହାଣୀ । ଏଠି କୌଣସି ବି ଘରେ କେବେ ପଡେନି ତାଲା ।

କନକ ବ୍ୟୁରୋ : ଲୋକମାନେ ଯେତେବେଳେ ଘର ବାହାରକୁ ଯାଇଥାନ୍ତି, ସେତେବେଳେ ସେମାନେ ନିଜ ଘରକୁ ତାଲା ପକାଇବାକୁ କେବେ ବି ଭୁଲିନଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁ ଗାଁର କୌଣସି ବି ଘରେ କେବେ ବି ତାଲା ପଡିନଥାଏ । ତେବେ ଆପଣ ଭାବୁଥିବେ, ଏମିତି ହେଲେ ତ ସେଠାରେ ଅଧିକ ଚୋରି ଏବଂ ଲୁଟର ଘଟଣା ଘଟୁଥିବ । ଆସନ୍ତୁ ଜାଣିବା ପୂରା ଘଟଣା ।

ରାଜସ୍ଥାନ କୋଟାର ବୁନ୍ଦି ଜିଲ୍ଲାରେ ରହିଛି ଏହି ନିଆରା ଗାଁ କେଶବପୂରା । ଯେଉଁଠି ଲୋକେ ନିର୍ଭୟରେ ବସବାସ କରନ୍ତି । ଏଠାରେ କୌଣସି ଅପରାଧିକ କାର୍ଯ୍ୟ ଘଟୁନଥିବା ଲୋକେ କୁହନ୍ତି । ପଶୁପାଳନ କରି ଜୀବନ ଅତିବାହିତ କରୁଥିବା ଏଠାକାର ଲୋକେ ଭାଇଚାରା ସହ ଗାଁରେ ରୁହନ୍ତି ।

ଏଠାକାର ଲୋକଙ୍କ କହିବା କଥା, ନିଜ ଗାଁକୁ ସେମାନେ ରାମରାଜ୍ୟ ବୋଲି ଭାବନ୍ତି । ଏବଂ କୌଣସି ଅପରାଧିକ ଘଟଣା ଘଟିଲେ, କୋର୍ଟ କଚେରୀର ଚକ୍କର ନକାଟି ଆପୋଷ ବୁଝାମଣାରେ ସମାଧାନ କରିଥାନ୍ତି । ଏହି ଗାଁରେ ପାଖାପାଖି ୧ ହଜାରରୁ ଅଧିକ ଲୋକ ବସବାସ କରନ୍ତି । କୁହାଯାଏ, ଏହି ଗାଁରେ ଚୋରି, ଲୁଟ୍, ଡକାୟତି, ହତ୍ୟା ଏବଂ ବଳାତ୍କାର ଭଳି ଅପରାଧିକ ଘଟଣା ଆଜି ପର୍ଯ୍ୟନ୍ତ ଘଟିନାହିଁ । ଆଉ ଏହି କାରଣରୁ ଏହି ଗାଁର ଲୋକେ ନିଜ ଘରେ କେବେ ତାଲା ପକାଇନଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe