ଫଟୋ ଟ୍ୱିଟକୁ ନେଇ ଅଡୁଆରେ ରାହୁଲ ଗାନ୍ଧୀ : ପୋକ୍ସୋ ନିୟମକୁ କଲେ ଉଲଂଘନ, ଗର୍ଜିଲା ବିଜେପି, ପୋକ୍ସୋ ନିୟମକୁ ଉଲଂଘନ ଅଭିଯୋଗ

120

କନକ ବ୍ୟୁରୋ: ଫଟୋ ଟ୍ୱିଟକୁ ନେଇ ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦିଲ୍ଲୀରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଦଳିତ ନାବାଳିକାଙ୍କ ଫଟୋକୁ ନେଇ ରାଜନୀତି କରିବା ଏବେ ରାହୁଲଙ୍କୁ ମହଙ୍ଗା ପଡିଛି । ପୀଡିତାଙ୍କ ପରିବାରକୁ ଭେଟିବା ପରେ ପୀଡିତାଙ୍କ ବାପା , ମା’ଙ୍କ ଫଟୋକୁ ଟ୍ୱିଟ୍ କରି ରାହୁଲ ଗାନ୍ଧୀ ପୋକ୍ସୋର ଧାରା ୨୩ ଓ ଓ ଧରା ୭୪ ଅନ୍ତର୍ଗତ ଜୁଭେନାଇଲ ଜଷ୍ଟିସ୍ କେୟାର ଆଣ୍ଡ ପ୍ରୋଟେକ୍ସନ୍ ଆକ୍ଟ ନିୟମର ଉଲଂଘନ କରିଥିବା ବିଜେପି ଅଭିଯୋଗ କରିଛି ।

ଏନେଇ ରାହୁଲଙ୍କୁ ର୍ଟାଗଟ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ପୀଡିତାଙ୍କ ବାପା , ମାଙ୍କ ଫଟୋ ଟ୍ୱିଟ କରି ରାହୁଲ ଯେଉଁ ଶସ୍ତା ରାଜନୀତି କରୁଛନ୍ତି ତାହା ବାସ୍ତବିକ ଲଜାଜନକ । ଏହା ଏକ ଅପରାଧ ମଧ୍ୟ ।ଏହି ଘଟଣାରେ ରାହୁଲଙ୍କୁ ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ବିଜେପି ଦାବି କରିଛି । ତେଣୁ ଯଥାଶିଘ୍ର ନ୍ୟାସନାଲ କମିଶନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ରାଇଟ୍ସ (ଏନସିପିସିଆର) ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।

ଦେଶର ସବୁ ଭିଆଇପି ପ୍ରଥମେ ଜଣେ ସାଧାରଣ ନାଗରିକ । ସେ ଦୃଷ୍ଟିରୁ ରାହୁଲଙ୍କୁ ଦେଶବାସୀଙ୍କୁ ଜବାବ ଦେବାକୁ ପଡିବ ବୋଲି ସମ୍ବିତ କହିଛନ୍ତି । ଏହାସହ ଫଟୋକୁ ତୁରନ୍ତ ହଟାଇବାକୁ ଟ୍ୱିଟରକୁ ଏନସିପିସିଆର ନୋଟିସ୍ ଜାରି କରିଛି ।