ଆଫଗାନିସ୍ତାରେ ବ୍ୟାଙ୍କ ବନ୍ଦ : ଲୋକଙ୍କ ପାଖରେ ସରିଗଲାଣି ଅର୍ଥ; ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ନାଗରିକ

ତୁରନ୍ତ ବ୍ୟାଙ୍କ ଖୋଲିବାକୁ କଲେ ଦାବି

228

କନକ ବ୍ୟୁରୋ : ଆଫଗାନିସ୍ତାରେ ବ୍ୟାଙ୍କ ବନ୍ଦ । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରଠୁ ବ୍ୟାଙ୍କ ବନ୍ଦ ରହିଛି । ଏଟିଏମରେ ବି ଟଙ୍କା ନାହିଁ । ଏପରି ସ୍ଥିତିରେ ଆଫଗାନ ବାସିନ୍ଦାଙ୍କ ପାଖରେ ମଧ୍ୟ ଟଙ୍କା ସରି ଆସିଲାଣି । ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଏବେ ଆକ୍ରୋଶ ଦେଖିବାକୁ ମିଳିଛି । ବନ୍ଦ ରହିଥିବା ବ୍ୟାଙ୍କକୁ ତୁରନ୍ତ ଖୋଲିବା ସହ ଏଟିଏମ୍ ଚାଲୁ କରିବାକୁ ଦାବି କରିଛନ୍ତି । ଏଥିପାଇଁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଶତାଧିକ ଲୋକ ରାସ୍ତାରେ ନାରାବାଜି ଦେଇ ପ୍ରତିବାଦ କରିଛନ୍ତି ।

ଆଫଗାନିସ୍ତାନକୁ ତାଲିବାନ୍ କବ୍ଜା କରିବା ପରେ ଲୋକଙ୍କ ଉପରେ ଅତ୍ୟାଚା ବଢିବାରେ ଲାଗିଛି । ଏହାରି ଭିତରେ ଅର୍ଥ ସରିଯିବା ଲୋକଙ୍କୁ ଆହୁରି ଅଧିକ ବ୍ୟସ୍ତ କରି ପକାଉଛନ୍ତି । ଆଫଗାନିସ୍ତାନରେ ଏବେ ସବୁ ସମାଗ୍ରୀର ଦର ଆକାଶଛୁଆଁ ହୋଇଛି । କାବୁଲ ଏୟାରପୋର୍ଟରେ ପାଣି ବୋତଲ ତିନି ହଜାର ଓ ଗୋଟିଏ ପ୍ଲେଟ ଭାତ ସାଢେ ୭ ହଜାରରେ ମିଳୁଛି । ଆଫଗାନିସ୍ତାନରୁ ଏପରି ବିକଳ ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି । ଏହାରି ଭିତରେ ଟଙ୍କା ନଥିବାରୁ ଆଫଗାନିସ୍ତାନ ବାସିନ୍ଦାଙ୍କ ରାଗ ବଢିବାରେ ଲାଗିଛି । ଏକାଠି ହୋଇ ରାସ୍ତାରେ ନାରାବାଜି ଦେବା ସହ ତୁରନ୍ତ ବ୍ୟାଙ୍କ ଖୋଲିବାକୁ ଦାବି କରିଛନ୍ତି ।