ଭାରତ ଠାରୁ ଛୁଞ୍ଚିଏ ଜାଗା ବି କେହି ନେଇପାରିବେ ନାହିଁ : ଅମିତ ଶାହା

ଭାରତ ଠାରୁ ଛୁଞ୍ଚିଏ ଜାଗା ବି କେହି ନେଇପାରିବେ ନାହିଁ : ଅମିତ ଶାହା

କନକ ବ୍ୟୁରୋ : ଭାରତର ଜମି ଆଉ କିଏ ହାତେଇବ ସେ ସମୟ ଚାଲିଗଲାଣି ଏବଂ ସେନାର ପରାକ୍ରମ ଯୋଗୁଁ ଏବେ ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ । ଏବେ ଆମ ଠାରୁ ଇଞ୍ଚିଏ ବି ଜମି କେହି ନେଇ ପାରିବେ ନାହିଁ । ଅରୁଣାଚଳପ୍ରଦେଶ ଗସ୍ତରେ ଯାଇଥିବା ଗୃହମନ୍ତ୍ରୀ ଅମିତ ଶାହା ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ହେଉଥିବା ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

ଶାହା କହିଛନ୍ତି, ଦେଶବାସୀ ଆଜି ନିଜ ଘରେ ଶାନ୍ତିରେ ଶୋଇପାରୁଛନ୍ତି ତାହା କାରଣ ସୀମାରେ ଆଇଟିବିପି ଯବାନ ଓ ସେନାର ଯବାନ ମାନେ ଦିନରାତି ଏକ କରି ଦେଶକୁ ସୁରକ୍ଷା ଦେଉଛନ୍ତି । ଆଜି ଆମେ ଗର୍ବରେ କହିପାରିବା ଯେ, ଆମକୁ ଆଖି ଦେଖାଇବା ଭଳି ଶକ୍ତି କାହାର ନାହିଁ । ୨୦୧୪ ପୂର୍ବରୁ ପୂର୍ବୋତ୍ତର ଭାରତକୁ ଅଶାନ୍ତ କ୍ଷେତ୍ର ବୋଲି ଧରାଯାଉଥିଲା । କିନ୍ତୁ ଗତ ୯ ବର୍ଷରେ ପୂର୍ବୋତ୍ତର ରାଜ୍ୟ ଗୁଡିକ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ କାରଣରୁ ଏବେ ଏହାକୁ ଦେଶର ବିକାଶ ଯୋଗଦାନରେ ବଡ କ୍ଷେତ୍ର ବୋଲି ଗଣନା କରାଯାଉଛି ।

ଗୃହମନ୍ତ୍ରୀ ଭାବେ ଅମିତ ଶାହାଙ୍କର ଏହା ପ୍ରଥମ ପୂର୍ବୋତ୍ତର ଗସ୍ତ । ଏହି ଗସ୍ତ ସମୟରେ ଶାହା ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଆଇଟିବିପି ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe