ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗଙ୍କ ବଡ ନିଷ୍ପତ୍ତି , ଦେଶରେ କେହି ପିନ୍ଧିପାରିବେ ନାହିଁ ଚମଡା କୋଟ୍

264

କନକ ବ୍ୟୁରୋ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଦେଶବାସୀଙ୍କ ପାଇଁ ଏକ ନୂଆ କଟକଣା ଲାଗୁ କରିଛନ୍ତି । ଦେଶର କୌଣସି ବ୍ୟକ୍ତିଙ୍କୁ ଚମଡା କୋଟ୍ ପିନ୍ଧିବାକୁ ବାରଣ କରିଛନ୍ତି କିମ୍ ଜଙ୍ଗ । ତେଣୁ ଏବେ ଏହି ଦେଶରେ ନା ଚମଡା କୋଟ୍ ବିକ୍ରି ହୋଇପାରିବ ନା କେହି ଏହାକୁ ପିନ୍ଧି ପାରିବେ ।

‘ଡେଲି ମେଲ’ର ରିପୋର୍ଟ ମୁତାବକ ଦାବି କରାଯାଇଛି କି ଉତ୍ତର କୋରିଆ ଲୋକମାନେ କିମ୍ ଜଙ୍ଗ ଓନଙ୍କୁ ଦେଖି ଚମଡା କୋଟ୍ ପିନ୍ଧିବା ଆରମ୍ଭ କରିଥିଲେ । କିମ୍ ଜଙ୍ଗଙ୍କର ପସନ୍ଦ ଥିଲା ଚମଡା କୋଟ ଓ ସେ ଏହାକୁ ସର୍ବଦା ପିନ୍ଧୁଥିବାର ଦେଖିବାକୁ ମିଳୁଥିଲା । ୨୦୧୯ ମସିହାରେ ସେ ଏକ କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ କଳାରଙ୍ଗର ଏକ ଚମଡା କୋଟ୍ ପିନ୍ଧିଥିବାର ସ୍ଥାନୀୟ ଗଣମାଧ୍ୟମ ଦେଖାଇଥିଲା ।

କିମ୍ ଙ୍କର ଏଭଳି ଷ୍ଟାଇଲ ଦେଖିବା ପରେ ଦେଶର ଲୋକଙ୍କୁ ଏହି ଚମଡା କୋଟ୍ ବେସ୍ ପସନ୍ଦ ଆସିଥିଲା । ଏହାପରେ ସେଠିକାର ଲୋକମାନେ ଚୀନର ପର୍ଯ୍ୟପ୍ତ ପରିମାଣର ଚମଡା କୋଟ୍ ମଗାଇଥିଲେ । ହେଲେ ଏହି ସମୟରେ ଲୋକମାନଙ୍କ ଉପରେ ଏଭଳି ଚମଡା କୋଟ୍ ପିନ୍ଧିବାରେ ପ୍ରତିବନ୍ଧକ ଲଗାଇଛନ୍ତି କିମ୍ ଜଙ୍ଗ ।

‘ଡେଲି ଷ୍ଟାର’ ର ରିପୋର୍ଟ ମୁତାବକ ଏଭଳି କୋଟ୍ ପିନ୍ଧିବା ଅର୍ଥ କିମ୍ ଜଙ୍ଗଙ୍କୁ କପି କରିବା ଭଳି ଓ ଏହା ତାଙ୍କ ପ୍ରତି ଅପମାନ । ଏହି କାରଣରୁ ଏବେ ଉତ୍ତର କୋରିଆ ବାସୀଙ୍କୁ ଚମଡା କୋଟ୍ ପିନ୍ଧିବାକୁ ବାରଣ କରାଯାଇଛି ।
ଉତ୍ତର କୋରିଆର ଜଣେ ନାଗରିକ କହିଛନ୍ତି କି କଳା ଚମଡା କୋଟ କେବଳ କିମ୍ ଜଙ୍ଗ ନୁହଁନ୍ତି ବରଂ ତାଙ୍କ ଭଉଣୀ ବି ପିନ୍ଧିଥାନ୍ତି । ଏହା ବ୍ୟତୀତ ଉତ୍ତର କୋରିଆର ଅନେକ ପ୍ରଭାବଶାଳୀ ବ୍ୟକ୍ତି ବି ଏଭଳି କୋଟ୍ ପିନ୍ଧିଥାନ୍ତି । ଏହି କାରଣରୁ ଏହାକୁ ଦେଶର ଶକ୍ତିଶାଳୀ ଲୋକଙ୍କ ପରିଧାନ ଭାବେ ଗ୍ରହଣ କରାଯାଏ ।