ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ପରେ ଡିଏମଇଟିଙ୍କ ପ୍ରତିକ୍ରିୟା : ଓମିକ୍ରନ ପରିପେକ୍ଷୀରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ପରାମର୍ଶ

ବାହାରୁ ଆସୁଥିବା ଲୋକଙ୍କ ଉପରେ ରହିବ ସର୍ତକ ନଜର

122

କନକ ବ୍ୟୁରୋ : କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ସତର୍କତା ବଢିଛି । ଏହାରି ଭିତରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ଗୁଡିକୁ ଓମିକ୍ରନ ଭ୍ୟାରିଆଂଟକୁ ନେଇ ସତର୍କ କରାଇଛନ୍ତି । ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଏହି ପ୍ରସଙ୍ଗରେ ବୈଠକ କରିଛନ୍ତି । ଏହି ବୈଠକରେ ରାଜ୍ୟ ଗୁଡିକୁ ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ ରଖିବାକୁ କହିଛି କେନ୍ଦ୍ର । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଡ଼ିଏମ୍ଇଟି ରମାରମଣ ମହାନ୍ତି କହିଛନ୍ତି, ‘ଓମିକ୍ରନ’ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରହିବ ।

ବିଦେଶରୁ ଆସୁଥିଲେ ସଙ୍ଗରୋଧରେ ବାଧ୍ୟତାମୂଳକ । ଯେଉଁଠି ଅଧିକ ସଂକ୍ରମଣ ସେଠାରେ ‘ଜେନମ୍ ସିକ୍ୱେନ୍ସିଂ’ କରାଯିବ ବୋଲି ସେ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ଏହି ବୈଠକ କରିଥିଲେ । ଯେଉଁଥିରେ କେନ୍ଦ୍ର ସରକାର ଓମିକ୍ରାନଙ୍କୁ ନେଇ କିଭଳି ରଣନୀତି ପ୍ରସ୍ତୁତ ହେବ ଏବଂ ଏହାର ପ୍ରଭାବ ଯେମିତି ବିସ୍ତାର ନହୋଇପାରିବ ତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଓମିକ୍ରନ୍ ଭ୍ୟାରିଆଂଟକୁ ନେଇ ସାରା ବିଶ୍ୱରେ ପୁଣି ସତର୍କତା ଆରମ୍ଭ ହୋଇଛି । ଏଯାବତ ୧୬ ଦେଶରେ ଓମିକ୍ରନ ଭ୍ୟାରିଆଂଟ ଚିହ୍ନଟ ହୋଇଛନ୍ତି । ହେଲେ ଭାରତ ପାଇଁ ଆଶ୍ୱସ୍ଥିକର ଏହା କି ଏଯାବତ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ କେହିି ଓମିକ୍ରନ ଭ୍ୟାରିଆଂଟ ଦ୍ୱାରା ଚିହ୍ନଟ ହୋଇ ନାହାନ୍ତି ।

ସାଉଥ ଆଫ୍ରିକା ସମେତ ୭ରୁ ୮ ଦେଶରୁ ଆସୁଥିବା ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍ ଲଗାଇଛନ୍ତି କିଛି ଦେଶ । ଯେଉଁ ସବୁ ଦେଶରୁ ଆସୁଥିବା ବିମାନ ଉପରେ ରୋକ୍ ଲଗାଯାଇଛି ସେଗୁଡିକ ହେଲା ସାଉଥ ଆଫ୍ରିକା, ବୋତ୍ସୋୱାନା, ଜିମ୍ବାୱେ, ନାମିବିଆ, ଲେସୋଥୋ, ଇସ୍ୱାତିନି, ମୋଜାମ୍ବିକ ଏବଂ ମଲୱି । ଯେଉଁ ସେବୁ ଦେଶ ଏହି ସବୁ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସେହି ଦେଶ ଗୁଡିକ ହେଲା ଆମେରିକା, କାନାଡା, ବ୍ରିଟେନ, ୟୁରୋପିଆନ୍ ୟୁନିଅନର ଥିବା ଦେଶ, ଜାପାନ, ଇରାନ, ସାଉଦି ଆରବ, ୟୁଏଇ ଏବଂ ବାହରିନ ପ୍ରମୁଖ ରହିଛି । ଭାରତ ମଧ୍ୟ ଦକ୍ଷିଣ ଆଫ୍ରିକା, ବୋତ୍ସୱାନା ଏବଂ ହଂକଂରୁ ଆସୁଥିବା ଯାତ୍ରୀଙ୍କ ଉପରେ ସଙ୍ଗରୋଧ କରିବାକୁ ନଜର ରଖିବା ସହିତ ସେମାନଙ୍କର ସଂପର୍କରେ ଆସିଥିବା ବ୍ୟକ୍ତିଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯାଇପାରିବ ସେ ନେଇ ଗୁରୁତ୍ୱ ଦେଉଛି ।