ଓଡିଶାରେ ହୋଇନି ଭୂମିକମ୍ପ : ଏନସିଏସ ପକ୍ଷରୁ ଦିଆଯାଇନି କୌଣସି ସୂଚନା

148

କନକ ବ୍ୟୁରୋ : ଓଡିଶାରେ ହୋଇନି ଭୂମିକମ୍ପ । ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ଏ ନେଇ କୌଣସି ସୂଚନା ଦେଇନି । କେବଳ ମହାରଷ୍ଟ୍ର ଓ ଅରୁଣାଚଳରେ ଭୂମିକମ୍ପ ହୋଇଛି । ଭୋର୍ ୪ଟାରେ ମହାରାଷ୍ଟ୍ର ନାସିକରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୬ଟା ୩୮ରେ ତୁର୍କୀର ଅଙ୍କାରାରେ ଭୂମିକମ୍ପ ହୋଇଛି । ସକାଳ ୭ଟାରେ ଅରୁଣାଚଳର ବସରରେ ଭୂମିକମ୍ପ ଅନୁଭୂତ ହୋଇଛି । ସେହିପରି ସକାଳ ୯ଟା ୩୭ରେ ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି ।