କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ । ଆଜି ସବୁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ଅପରପକ୍ଷରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତୁ ନାହିଁ ବୋଲି ଚାଷୀ ସଙ୍ଗଠନ ଦାବି କରିଛନ୍ତି ।
ଚାଷୀଙ୍କ ଦାବି ପରେ ରାଜ୍ୟ ସରକାର ସବସିିଡି ଘୋଷଣା କରିଛି । ଏବଂ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଦେବାକୁ କହିଛନ୍ତି । ତେବେ ଏସବୁ ଭିତରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ ନା ସେମାନେ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରିବେ ତା ଉପରେ ରହିଛି ନଜର । ଅପରପକ୍ଷରେ ଆଜି ନାମାଙ୍କନର ଶେଷ ଦିନ ଥିବରୁ ହାଇଭୋଲଟେଜ ରାଜନୈତିକ ଡ୍ରାମା ଦେଖିବାକୁ ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/vlcsnap-2022-11-17-10h13m45s318.png)