ବୁଷ୍ଟର ଡୋଜ ପାଇଁ ଆଉ କରିବାକୁ ପଡିବନି ନୂଆ ପଞ୍ଜିକରଣ । ଟିକାକେନ୍ଦ୍ରକୁ ଯାଇ ସିଧାସଳଖ ନେଇପାରିବେ ଟିକା ।

144

କନକ ବ୍ୟୁରୋ : ୧୦ ତାରିଖରୁ ଦେଶରେ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ୍ । ସ୍ୱାସ୍ଥ୍ୟ କର୍ମୀ ଓ ବିଭିନ୍ନ ରୋଗରେ ପୀଡ଼ିତ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଦିଆଯିବ ତୃତୀୟ ଡୋଜ୍ ଟିକା । ତେବେ ଏଥିପାଇଁ ନୂଆ ରେଜିଷ୍ଟେସନ୍ ବା ପଂଜିକରଣ କରିବାକୁ ପଡ଼ିବ ନାହିଁ । ଯେଉଁମାନେ ବୁଷ୍ଟର ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନେ ଆପଏଂଟମେଂଟ ନେଇ ଟିକା ନେଇପାରିବେ । କିମ୍ବା ଟିକାକେନ୍ଦ୍ରକୁ ସିଧାସଳଖ ଯାଇ ଟିକା ନେଇପାରିବେ ।

ଆସନ୍ତାକାଲି ବା ୮ ତାରିଖ  ଦିନ ଏ ନେଇ ସମୟ ସୂଚୀ ପ୍ରକାଶ ପାଇବ । ଆସନ୍ତା କାଲି ସଂଧ୍ୟାରେ ଅନ୍ଲାଇନ୍ ଆପଏଣ୍ଟମେଣ୍ଟ ସୁବିଧା ମିଳିବ । ୧୦ ତାରିଖରେ ଟିକାଦାନ କେନ୍ଦ୍ରରେ ଆପଏଣ୍ଟମେଣ୍ଟ ନେଇପାରିବେ ।